-
ଡ଼ଷ୍ଟବିନ୍ ବ୍ୟବହାର କରୁନଥିବାରୁ ୩ଜଣଙ୍କ ଠାରୁ ୧୫ହଜାର ଜୋରିମନା ଆଦାୟ
ବେଲଗୁଣ୍ଠା : ଆଜି ଅପରାହ୍ନ ୪ଘ ସମୟରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଅଚାନକ ଭାବେ ବେଲଗୁଣ୍ଠା ଏନ୍.ଏ.ସି ରେ ପହଂଚିଥିଲେ । ପରିଷଦର ନିର୍ବାହୀଅଧିକାରୀ ସୁନୀଲ କୁମାର ତ୍ରିପାଠୀ, ସମସ୍ତ କର୍ମଚାରୀ, ସ୍ୱଚ୍ଛ ସାଥୀ ଏବଂ ସଫେଇ ଦିଦି ଓ ଭାଇ ମାନଙ୍କ ସହ ପରିଷଦ ବୈଠକ ଗୃହରେ ସହରର ପରିମଳ କାର୍ଯ୍ୟ ତଦାରଖ କରିବା ସହ ସଫେଇ କର୍ମଚାରୀ ମାନଙ୍କ ସୁବିଧା ଅସୁବିଧା ପଚାରି ବୁଝିଥିଲେ । ସଫେଇ କର୍ମଚାରୀ ମାନେ ରାତ୍ର ସମୟରେ ଝାଡ଼ୁ କରିବା ଏବଂ ଡ୍ରେନ୍ ସଫା କରିବା ନିମନ୍ତେ ପରାମର୍ଶ ଦେଇଥିଲେ । ପରେ ଜିଲ୍ଳାପାଳ ଶ୍ରୀ କୁଲାଙ୍ଗେ ବେଲଗୁଣ୍ଠା ମାର୍କେଟର ବିଭିନ୍ନ ଦୋକାନ କୁ ଯାଇ ଡ଼ଷ୍ଟବିନ୍ ନିଜେ କ୍ରୟ କରି ଦୋକାନ ସମ୍ମୁଖରେ ରଖିବା ଏବଂ ପରିଷଦର ଗାଡ଼ିରେ ଦେବା ପାଇଁ କହିଥିଲେ ।
ନିଜ ଦୋକାନର ଚର୍ତୁପାଶ୍ୱର୍ ୫ମିଟର ପର୍ଯ୍ୟନ୍ତ ସଫା ସୁତୁରା ରଖିବା ଏବଂ ଡ୍ରେନ୍ ଉପରୁ ଅବରୋଧ ହଟାଇବା ପାଇଁ ପରାମର୍ଶ ଦେଇଥିଲେ । ସୁଶାନ୍ତ ପାଣିଗ୍ରାହୀ , ଟୁନା ବେହେରା ଙ୍କ ଫଳ ଦୋକାନ ଓ ବନବାସ ସାହୁଙ୍କ ହୋଟଲ ଉପରେ ଚଢ଼ାଉ କରି ତାଙ୍କ ଠାରୁ ପ୍ଲାଷ୍ଟିକ୍ ବ୍ୟାଗ୍ ଜବତ କରିବା ସହ ଡ଼ଷ୍ଟବିନ୍ ବ୍ୟବହାର କରୁନଥିବାରୁ ୫ହଜାର ଲେଖାଏଁ ମୋଟ ୧୫ ହଜାର ଟଙ୍କା ଜୋରିମନା ପକାଇଥିଲେ । ଆଗାମୀ ଦିନରେ ପରିଷଦ ତରଫରୁ ମଧ୍ୟ ଏହି ଭଳି ଚଢ଼ାଉ ଜାରି ରହିବା ସହ ଡ଼ଷ୍ଟବିନ ରଖିନଥିବା ଏବଂ ଦୋକାନ ଚର୍ତୁପାଶ୍ୱର୍ ସଫା ରଖୁନଥିବା ଦୋକାନୀଙ୍କୁ ମୋଟା ଅଙ୍କର ଜୋରିମନା ଆଦାୟ କରାଯିବ ବୋଲି ଜିଲ୍ଳାପାଳ ଶ୍ରୀ କୁଲାଙ୍କେ ପ୍ରକାଶ କରିଥିଲେ ।
ଶିବରାମ ଚୌଧୁରୀ