ନୂଆଦିଲ୍ଲୀ– ଭାରତୀୟ ଜନତା ପାର୍ଟି(ବିଜେପି) ରାଜ୍ୟସଭା ନିର୍ବାଚନ ଲାଗି ଗୁରୁବାର ପ୍ରାର୍ଥୀଙ୍କ ଦ୍ୱିତୀୟ ତାଲିକା ଜାରି କରିଛି । ଏହି ସୂଚୀରେ ମୋଟ୍ ପାଂଚ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି। ଏଥିରେ ହରିୟାଣାର ଦୁଇ ଏବଂ ହିମାଚଳ ପ୍ରଦେଶ, ମଧ୍ୟ ପ୍ରଦେଶ ଓ ମହାରାଷ୍ଟ୍ରରୁ ଜଣେ ଜଣେ ପ୍ରାର୍ଥୀଙ୍କ ନାମ ସାମିଲ ଅଛି ।
ବିଜେପି ହରିୟାଣାରୁ ରାମଚନ୍ଦ୍ର ଝାଙ୍ଗଡା ଓ ଦୁଷ୍ୟନ୍ତ କୁମାର ଗୌତମଙ୍କୁ ପ୍ରାର୍ଥୀ କରିଥିବା ବେଳେ ହିମାଚଳ ପ୍ରଦେଶରୁ ସୁଶ୍ରୀ ଇନ୍ଦୁ ଗୋସ୍ୱାମୀ, ମଧ୍ୟ ପ୍ରଦେଶରୁ ପ୍ରଫେସର ସୁରେର ସିଂହ ସୋଲାଙ୍କି ଓ ମହାରାଷ୍ଟ୍ରରୁ ଡାକ୍ଟର ଭାଗବତ କରାଡଙ୍କୁ ପ୍ରାର୍ଥୀ କରିଛି । ଏହା ସହିତ ମହାରାଷ୍ଟ୍ର ବିଧାନ ପରିଷଦରେ ଗୋଟିଏ ଆସନରେ ହେବାକୁ ଥିବା ଉପ ନିର୍ବାଚନ ଲାଗି ବିଜେପି ଅମରିଶ ଭାଇ ରସିକକାଲ ପଟେଲଙ୍କୁ ପ୍ରାର୍ଥୀ କରିଛି ।