ନୂଆଦିଲ୍ଲୀ– ଭାରତୀୟ ଜନତା ପାର୍ଟି(ବିଜେପି)ରେ ସାମିଲ ହେବାର ଗୋଟିଏ ଦିନ ପରେ କଂଗ୍ରେସର ପୂର୍ବତନ ବରିଷ୍ଠ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ ଗୁରୁବାର ପାର୍ଟିର ବରିଷ୍ଠ ନେତା ଅମିତ୍ ଶାହା ଓ ରାଜନାଥ ସିଂହଙ୍କୁ ସାକ୍ଷାତ କରିଛନ୍ତି ।
କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ୍ ଶାହା ସାକ୍ଷାତ ବେଳର ଫଟୋ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ସନ୍ଦେଶରେ କହିଛନ୍ତି ଯେ, ମୋତେ ବିଶ୍ୱାସ ଯେ, ପାର୍ଟିରେ ସିନ୍ଧିଆଙ୍କ ସାମିଲ ହେବା ମଧ୍ୟ ପ୍ରଦେଶର ଜନତାଙ୍କ ଲାଗି ବିଜେପିର ସଂକଳ୍ପ ଆହୁରି ମଜବୁତ ହେବ ।
ସିନ୍ଧିଆ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କୁ ତାଙ୍କର ବାସଭବନରେ ସାକ୍ଷାତ କରି ରାଜ୍ୟ ସମ୍ବନ୍ଧିତ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିଛନ୍ତି । ସିନ୍ଧିଆଙ୍କ ସହ ଭେଟ ପରେ ରାଜନାଥ ସିଂହ ଟୁଇଟ୍ କରି କହିଛନ୍ତି, ଆଜି ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ସାକ୍ଷାତ କଲି । ମୁଁ ତାଙ୍କୁ ବିଜେପିରେ ସାମିଲ ହେବାର ସ୍ୱାଗତ କରୁଛି । ଦଳରେ ତାଙ୍କର ସାମିଲ ହେବା ପାର୍ଟିକୁ ଆହୁରି ସୁଦୃଢ କରିବାରେ ବେଶ୍ ସହାୟକ ହେବ । ମୁଁ ତାଙ୍କର ସମସ୍ତ ପ୍ରୟାସ ନେଇ ଶୁଭକାମନା ଜଣାଉଛି ।
ସିନ୍ଧିଆ ପ୍ରତିରକ୍ଷା ମନ୍ତ୍ରୀଙ୍କ ସହ ସାକ୍ଷାତ ବେଳର ଫଟୋ ଟୁଇଟ୍ କରି କହିଛନ୍ତି ଯେ, ପ୍ରତିରକ୍ଷା ମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ରାଜନାଥ ସିଂହଙ୍କୁ ଆଜି ଦିଲ୍ଲୀ ବାସଭବନରେ ସୌଜନ୍ୟମୂଳକ ସାକ୍ଷାତ କରିଛି ।
ଉଲ୍ଲେଖନୀୟ, କଂଗ୍ରେସ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ ବୁଧବାର କଂଗ୍ରେସ ଛାଡି ବିଜେପିରେ ଯୋଗ ଦେଇଛନ୍ତି । ଏହା ପରେ ପରେ ବିଜେପି ତାଙ୍କୁ ମଧ୍ୟ ପ୍ରଦେଶରୁ ରାଜ୍ୟସଭା ପ୍ରାର୍ଥୀ ଘୋଷଣା କରିଛି ।