ନୂଆଦିଲ୍ଲୀ । ଭାରତୀୟ ଜନତା ପାର୍ଟିରେ ବିଧିବଦ୍ଧ ସାମିଲ ହେବାର ଦିନକ ପରେ ଗୁୁରୁବାର ଦିନ ଜ୍ୟୋତିରାଦିତ୍ୟ ସିନ୍ଧିଆ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କୁ ଭେଟିଛନ୍ତି । ଶ୍ରୀ ସିଂହ ଟୁଇଟ କରି ଏ ସମ୍ପର୍କରେ ସୂଚନା ଦେବା ସହ ଏହାର ଫଟୋକୁ ମଧ୍ୟ ଶେୟାର କରିଛନ୍ତି ।
ଶ୍ରୀ ସିଂହ କହିଛନ୍ତି ଯେ ସେ ଜ୍ୟୋତିରାଦିତ୍ୟଙ୍କୁ ଭାରତୀୟ ଜନତା ପାର୍ଟିରେ ସ୍ୱାଗତ କଲେ । ସେ କହିଛନ୍ତି ତାଙ୍କର ବିଜେପିରେ ସାମିଲ ହେବା ଦ୍ୱାରା ବିଜେପି ଶକ୍ତିଶାଳୀ ହେବ ।