ଭୁବନେଶ୍ୱର– ବିଧାନସଭାର ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ବୁଧବାର ଠାରୁ ଆରମ୍ଭ ହୋଇଥିବା ବେଳେ ଗୁରୁବାର ଦିନ ଠାରୁ ବିଭାଗୱାରି ବଜେଟ ଅନୁଦାନ ଉପରେ ହେବ ଆଲୋଚନା ଆରମ୍ଭ ହେବ । ସେହିପରି ମାର୍ଚ୍ଚ ୩୧ରେ ୨୦୨୦-୨୧ ବର୍ଷ ପାଇଁ ବିନିୟୋଗ ବିଲ୍ ଉପସ୍ଥାପିତ ହେବ ।
ଗୁରୁବାର ଖର୍ଚ୍ଚ ଦାବି ଆଲୋଚନାର ପ୍ରଥମ ଦିନରେ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ଏବଂ ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗର ଖର୍ଚ୍ଚ ଦାବି ଉପସ୍ଥାପିତ ହେବ । ବିଭାଗୀୟ ମନ୍ତ୍ରୀ ଶ୍ରୀ ଜଗନ୍ନାଥ ସାରକା ନିଜ ବିଭାଗ ପାଇଁ ୩୧ ମାର୍ଚ୍ଚ ୨୦୨୧ ସୁଦ୍ଧା ଆବଶ୍ୟକ ପଡୁଥିବା ଖର୍ଚ୍ଚ ଦାବି ଅନୁଦାନ ମଂଜୁର ପାଇଁ ଉପସ୍ଥାପିତ କରିବେ । ଏହାର ପରିମାଣ ରହିଛି ୩୮୦୮,୩୫,୮୫ ,୦୦୦ ଟଙ୍କା ।
ମାର୍ଚ୍ଚ ୧୪ , ୧୫, ୨୨, ୨୮ ଓ ୨୯ ଏବଂ ଏପ୍ରିଲ ୧,୨ ଓ ୫ତାରିଖ ଦ୍ୱିତୀୟ ଓ ଚତୁର୍ଥ ଶନିବାର , ରବିବାର , ଉତ୍କଳ ଦିବସ ଓ ରାମ ନବମୀ ପାଇଁ ଛୁଟି ରହିବ ବୋଲି ବିଜ୍ଞପ୍ତିରୁ ଜଣାଯାଇଛି ।
ଏପ୍ରିଲ୍ ୩ , ୭ ଓ ୯ ତାରିଖ ବେସରକାରୀ କାର୍ଯ୍ୟ ଦିବସ ରହିଥିବା ବେଳେ ଏପ୍ରିଲ୍ ୪,୬ ଓ ୮ ତାରିଖ ସରକାରୀ ଦିବସ ରଖାଯାଇଛି ।