ଗଞ୍ଜାମ- ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଆଜି ସକାଳେ ବ୍ରହ୍ମପୁର ସହରର ସ୍ୱଚ୍ଛତା ସମ୍ପର୍କରେ ଅନୁଧ୍ୟାନ କରୁଥିବା ବେଳେ କର୍ପୋରେସନ ରୋଡ଼ରେ ଥିବା ଏକ ଦେଶି ମଦ ଭାଟି ସମ୍ମୁଖ ରୋଡ଼ ଉପରେ ପ୍ଲାଷ୍ଟିକ୍ ବର୍ଯ୍ୟବସ୍ତୁ ଦେଖି ଅସନ୍ତୋଷ ପ୍ରକାଶ କରିବା ସହ ସମ୍ପୃକ୍ତ ମଦ ଭାଟି ମାଲିକଙ୍କୁ ୧ ଲକ୍ଷ ଟଙ୍କା ଜରିମାନା କରିଛନ୍ତି ।
ସେହିପରି ଦୋକାନ ଆଗରେ ଅଳିଆ ଫିଙ୍ଗିଥିବାରୁ ଅନ୍ୟ ୪ଟି ଜଳଖିଆ ଦୋକାନ ମାଲିକଙ୍କୁ ମଧ୍ୟ ୧୦ ହଜାର ଟଙ୍କା ଲେଖାଏଁ ଜରିମାନା କରାଯାଇଥିବା ଜଣାପଡିଛି । ଏହି ଖବର ପ୍ରଚାରିତ ହେବା ପରେ ବ୍ରହ୍ମପୁର ସହରର ବ୍ୟବସାୟୀ ମାନେ ସ୍ୱଚ୍ଛତା ପ୍ରତି ଅଧିକ ସଚେତନ ଓ ଯତ୍ନବାନ ହୋଇ ଉଠିଥିବା ପରିଲକ୍ଷିତ ହୋଇଛି ।