ଭୁବନେଶ୍ୱର – ୨୦୦୪-୦୫ ଆର୍ଥିକ ବର୍ଷ ଆଧାରରେ ଓଡିଶାର କେନ୍ଦୁଝର ଜିଲ୍ଲାରେ ମୁଣ୍ଡ ପିଛା ଆୟ ସର୍ବାଧିକ ବୋଲି ରାଜ୍ୟ ଯୋଜନା ଓ ସଂଯୋଜନ ମନ୍ତ୍ରୀ ପଦ୍ମନାଭ ବେହେରା ବିଧାନସଭାରେ ସୂଚନା ଦେଇଛନ୍ତି । କୃଷି, ଶିଳ୍ପ, ସେବା ଓ ଆନୁସଙ୍ଗିକ ସୁବିଧା କ୍ଷେତ୍ରରେ କେନ୍ଦୁଝର ଏକ ନମ୍ବର ଥିବାବେଳେ ତା ପଛକୁ ରହିଛି ସୁନ୍ଦରଗଡ ଓ ଅନୁଗୁଳ । ସେହିପରି ଗତ ୨୦୧୧-୧୨ ଆର୍ଥିକ ବର୍ଷରେ ମୁଣ୍ଡ ପିଛା ଆୟ ଆକଳନ କରାଯାଇ ନାହିଁ ବୋଲି ମନ୍ତ୍ରୀ ଗୃହକୁ ଜଣାଇଛନ୍ତି ।
ସଭ୍ୟ ଭୂପିନ୍ଦର ସିଂହଙ୍କ ଏସମ୍ପର୍କିତ ପ୍ରଶ୍ନର ଉତରରେ ମନ୍ତ୍ରୀ କହିଛନ୍ତି ଯେ ଯୋଜନା ବୋର୍ଡରେ ଯାହା ଆଲୋଚନା କରାଯାଇ ପ୍ରସ୍ତାବ ଦିଆଯାଇଥାଏ ତାହା କାର୍ଯ୍ୟକ୍ରମ କରାଯିବାକୁ ଚେଷ୍ଟା କରାଯାଏ । ପ୍ରତି ଜିଲ୍ଲାରେ ମୁଣ୍ଡ ପିଛା ଆୟ ବଢିଛି,କେଉଁ ଜିଲ୍ଲାରେ ଏହା କମି ନାହିଁ । ଜଳସେଚନ, କୃଷି,ଶିଳ୍ପ ଆଦି ମାଧ୍ୟମରେ ବୃଦ୍ଧି କରାଯାଇପାରିବ । ମୁଣ୍ଡପିଛା ଆୟ ବୃଦ୍ଧି ପାଇଁ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି ମନ୍ତ୍ରୀ ଜଣାଇଛନ୍ତି ।