ଭୁୁବନେଶ୍ୱର – ରାଜ୍ୟର ବିଭିନ୍ନ ଜିଲ୍ଲାରେ ବିଶେଷ କରି ପଶ୍ଚିମ ଓଡିଶାର ବିଭିନ୍ନ ଜିଲ୍ଲାରେ ପଂଜୀକରଣ ସତ୍ୱେ ଚାଷୀ ମାନଙ୍କ ଠାରୁ ଧାନ କିଣା ନ ଯିବା ପ୍ରସଙ୍ଗରେ ବିରୋଧୀ ଦଳର ନେତା ପ୍ରଦୀପ୍ତ ନାୟକ ଗଭୀର ଉଦବେଗ ପ୍ରକାଶ କରିଥିଲେ ।
ଶୂନ୍ୟକାଳରେ ଏହି ପ୍ରସଙ୍ଗ ଉଠାଇ ଶ୍ରୀ ନାୟକ କହିଥିଲେ ଯେ ଖାଦ୍ୟ ଯୋଗାଣ ଖାଉଟି କଲ୍ୟାଣ ମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ ଯେ ପଂଜୀକୃତ ହୋଇଥିବା ଚାଷୀ ମାନଙ୍କ ଠାରୁ ଧାନ କିଣାଯିବ । ମାତ୍ର ତାଙ୍କର ଏହି ପ୍ରତିଶ୍ରୁତି ପାଳନ ହେଉ ନାହିଁ । ଆଜି ମଧ୍ୟ ପଶ୍ଚିମ ଓଡିଶାରେ ଅନେକ ସ୍ଥାନରେ ଧାନ ପଡି ରହିଛି । ସରକାର ଚାଷୀ ମାନଙ୍କ ଠାରୁ ଧାନ କିଣିବା ପାଇଁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ସେ ଦାବି କରିଥିଲେ ।