ଭୁୁବନେଶ୍ୱର – ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ଦ୍ୱିତୀୟ ଦିନରେ ଭଦ୍ରକର ଭଣ୍ଡାରୀ ପୋଖରୀରୁ ପୂର୍ବତନ ବିଧାୟକ ପୁରୁଷୋତମ ସେଠୀଙ୍କ ପାଇଁ ଶୋକ ପ୍ରସ୍ତାବ ପାରିତ ହୋଇଥିଲା ।
ଗୃହର ନେତା ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିବଂଗତ ବିଧାୟକ ପୁରୁଷୋତମ ସେଠୀଙ୍କ ପାଇଁ ଶୋକ ପ୍ରସ୍ତାବ ଆଣିଥିଲେ । ଏହା ପରେ ବିରୋଧୀ ଦଳର ନେତା ପ୍ରଦୀପ୍ତ ନାୟକ ଏହି ଆଲୋଚନାରେ ଭାଗ ନେଇ ଦିବଂଗତ ବିଧାୟକଙ୍କ ପ୍ରତି ତାଙ୍କ ଦଳ ପକ୍ଷରୁ ସମବେଦନା ବ୍ୟକ୍ତ କରିଥିଲେ । କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର ମଧ୍ୟ ଶୋକ ପ୍ରସ୍ତାବ ଉପରେ ଆଲୋଚନାରେ ଅଂଶ ଗ୍ରହଣ କରି ଦିବଂଗତ ବିଧାୟକଙ୍କ ପ୍ରତି ଦଳ ପକ୍ଷରୁ ସମବେଦନା ଜ୍ଞାପନ କରିଥିଲେ । ଏହା ପରେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଦିବଂଗତ ବିଧାୟକଙ୍କର ଅବଦାନ ସମ୍ପର୍କରେ ଉଲ୍ଲେଖ କରିଥିଲେ । ଏହା ପରେ ଦିବଂଗତ ବିଧାୟକଙ୍କର ଆତ୍ମାର ସଦଗତିର କାମନା କରି ଗୃହରେ ଏକ ମିନିଟ ଧରି ନୀରବ ପ୍ରାର୍ଥନା କରାଯାଇଥିଲା ।