ଭୁବନେଶ୍ୱର– କ୍ୟାପିଟାଲ ହାଇସ୍କୁଲଠାରେ କରୋନା ସଚେତନତା ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା
ମନ୍ତ୍ରୀ ଶ୍ରୀ ସମୀର ରଞ୍ଜନ ଦାଶ ଗୁରୁବାର ଛାତ୍ରଛାତ୍ରୀମାନଙ୍କୁ ପେପର ସୋପ୍ ଏବଂ ମାସ୍କ ବଂଟନ କରିବା ସହିତ ଏହି ଅବସରରେ ଛାତ୍ରୀଛାତ୍ରୀମାନଙ୍କୁ କରୋନା ସଚେତନତା ସମ୍ପର୍କରେ ପରାମର୍ଶ ଦେଇଥିଲେ । ଏହାସହ ପେପର ସୋପ୍ ପ୍ରଦାନ କରି କ୍ୟାମ୍ପେନର ଶୁଭାରମ୍ଭ କରିଛନ୍ତି । ଛାତ୍ରଛାତ୍ରୀମାନଙ୍କୁ ଦୁଇ ପ୍ୟାକେଟ୍ ଲେଖାଏଁ ପେପର ସୋପ୍ ଦିଆଯାଇଛି । ଏହାକୁ ସେମାନେ ନିଜ ପାଖରେ ରଖିବେ ଏବଂ ନିରନ୍ତର ବ୍ୟବଧାନରେ ହାତ ସଫା କରିବେ । ଏହାଦ୍ୱାରା କରୋନା ଜନିତ ସଂକ୍ରମଣକୁ ରୋକାଯାଇ ପାରିବ ବୋଲି ମନ୍ତ୍ରୀ ଶ୍ରୀ ଦାଶ କହିଛନ୍ତି ।
ଏଥିସହିତ ବିଦ୍ୟାଳୟରେ ମାସ୍କ ପ୍ରଦାନ କରାଯାଇଛି । ଆବଶ୍ୟକ ସ୍ଥଳେ ପ୍ରଧାନ ଶିକ୍ଷକମାନେ ଥଣ୍ଡାଜ୍ୱରରେ ଆକ୍ରାନ୍ତ ଛାତ୍ରଛାତ୍ରୀଙ୍କୁ ପ୍ରଦାନ କରିବେ । ଆଫୋର୍ଡ଼ ନାମକ ଏକ ସଂସ୍ଥା ପେପର ସୋପ୍ ଏବଂ ମାସ୍କ ବଂଟନ କରୁଛି ।ଅନ୍ୟମାନଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାପାଳ ଶ୍ରୀ ସୀତାଂଶୁ କୁମାର ରାଉତ, ପ୍ରାଥମିକ ଓ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ଶ୍ରୀ ବିରଂଚି ନାରାୟଣ ମହାନ୍ତି, ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀମତୀ ବନ୍ଦନା ମହାପାତ୍ର, ବ୍ଲକ୍ ଶିକ୍ଷା ଅଧିକାରୀ ସସ୍ମିତା ମାଳି ପ୍ରମୁଖ ଉପସ୍ଥିତ ଥିଲେ ।