ଭୁବନେଶ୍ୱର– ଚିଟଫଣ୍ଡ ତଦନ୍ତ କମିଶନ ବନ୍ଦ ହେବାନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି କଂଗ୍ରେସ ବିଧାୟକ ସନ୍ତୋଷ ସିଂହ ସାଲୁଜା । ଗୁରୁବାର ଦିନ ଶ୍ରୀ ସାଲୁଜା ବିଧାନସଭାରେ ଏହି ପ୍ରସଙ୍ଗ ଉଠାଇଛନ୍ତି । ଠକ ସଂସ୍ଥାଙ୍କ ଜବତ ସମ୍ପତି ବିକି ଲୋକଙ୍କ ଟଙ୍କା ଫେରାଇବାକୁ ସରକାର ବ୍ୟବସ୍ଥା କରନ୍ତୁ । ଏଥିପାଇଁ ବାଚସ୍ପତିଙ୍କ ରୁଲିଂ ଦାବି କରିଛନ୍ତି ଶ୍ରୀ ସାଲୁଜା ।
ସେ କହଥିଲେ ଯେ ଟଙ୍କା ଫେରିପାଇବା ପାଇଁ ଜମାକାରୀଙ୍କ ୭ ଲକ୍ଷ ସତ୍ୟପାଠ ପଡି ରହିଛି । ଠକେଇର ଶିକାର ଜମାକାରୀ ଆତ୍ମହତ୍ୟା କରିଛନ୍ତି । ନିମାପଡାରେ ଜଣେ ଶିକ୍ଷକ ଆତ୍ମହତ୍ୟା କରିଛନ୍ତି । ଗରିବ ଲୋକଙ୍କ ନିଶ୍ୱାସ ସରକାରଙ୍କ ଉପରେ ପଡିବ । କେନ୍ଦ୍ର ସରକାରଙ୍କ ସହ ସମ୍ପର୍କ ସୁଧୁରିବା ପରେ ତଦନ୍ତ ବନ୍ଦ ହୋଇଗଲା । ସରକାର ୩୦୦ କୋଟି ର କର୍ପସ ଫଣ୍ଡ ଗଠନ କରିଥିଲେ । ଟଙ୍କା କୁଆଡେ ଗଲା ବୋଲି ସେ ପ୍ରଶ୍ନ କରିଥିଲେ । ଠକ ସଂସ୍ଥାରୁ ନେତା ମନ୍ତ୍ରୀ ଗାଡି ନେଇଥିଲେ । ଜଙ୍ଗଲରୁ ପାଜେରୋ ଗାଡି ମିଳିଥିଲା । ନିର୍ବାଚନ ପୂର୍ବରୁ ସିବିଆଇ ଦୁଇ ଜଣ ବିଧାୟକଙ୍କୁ ଜେରା କରିଥିଲା । ତାର ତଦନ୍ତ କ’ଣ ହେଲା ବୋଲି ସେ ପ୍ରଶ୍ନ କରିଥିଲେ ।