ନୂଆଦିଲ୍ଲୀ / ଭୁବନେଶ୍ୱର – ୧୪ତମ ଫାଇନାନ୍ସ କମିଶନର ସୁପାରିଶ ଅନୁଯାୟୀ ଓଡିଶାର ୧୧୪ ଟି ଅର୍ବାନ ଲୋକାଲ ବଡି ପାଇବାକୁ ଥିବା ବାକିଆ ଟଙ୍କା ପ୍ରଦାନ କରିବା ଦାବିରେ ଗୁରୁବାର ପୁଣି ଥରେ ବିଜେଡି ସାଂସଦ ମାନେ କେନ୍ଦ୍ର ଅର୍ଥମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣଙ୍କୁ ଦିଲ୍ଲୀ ଠାରେ ସାକ୍ଷାତ କରିଛନ୍ତି । ସାଂସଦ ମାନେ ଦର୍ଶାଇଛନ୍ତି ଯେ ଏହି ବାବଦକୁ ଓଡିଶା ପ୍ରାୟ ୭୦୦ କୋଟି ଟଙ୍କା ପାଇବାର ଅଛି । ଏହି ମାମଲା ୪ ବର୍ଷ ପୁରୁଣା ହୋଇଥିଲ ମଧ୍ୟ ଓଡିଶାକୁ ଏହି ଅର୍ଥ ମିଳିନାହିଁ । ଦାବି ଶୁଣିବା ପରେ ଏଥିପ୍ରତି ଦୃଷ୍ଟି ଦେବେ ବୋଲି କେନ୍ଦ୍ର ଅର୍ଥମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି ।
ବିଜେଡି ସାଂସଦ ପ୍ରସନ୍ନ ଆଚାର୍ଯ୍ୟ , ଅମର ପଟ୍ଟନାୟକ , ସରାଜୀନୀ ହେମ୍ବ୍ରମ୍ ଓ ସସ୍ମିତ ପାତ୍ର କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ସାକ୍ଷାତ କରିଥିଲେ ।
ଅନ୍ୟପକ୍ଷରେ ଶ୍ରୀ ମନ୍ଦିର ଟଙ୍କା ୟେସ୍ ବ୍ୟାଙ୍କ୍ ରେ ରହିବା ନେଇ ସେ ଆରବିଆଇ ଗଭର୍ଣ୍ଣରଙ୍କ ସହ ଆଲୋଚନା କରିଛନ୍ତି ବୋଲି କେନ୍ଦ୍ରମନ୍ତ୍ରୀ ଜଣାଇଥିଲେ । ସୂଚନାଯୋଗ୍ୟ ଯେ ଗତକାଲି ବିଜେଡି ସାଂସଦମାନେ ଶ୍ରୀମନ୍ଦିର ଜମା ଟଙ୍କା ସୁରକ୍ଷିତ ରହିବା ନେଇ କେନ୍ଦ୍ରଅର୍ଥମନ୍ତ୍ରୀ ଙ୍କୁ ସାକ୍ଷାତ କରିଥିଲେ ।