ବ୍ରହ୍ମପୁର:ଦିଗପହଣ୍ଡି ଆଜି ଏକ ସମ୍ବଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି ।ଓଡ଼ିଶାର ମାନ୍ୟଵର ବାଚସ୍ପତି ଶ୍ରୀଯୁକ୍ତ ସୁର୍ଯ୍ୟ ନାରାୟଣ ପାତ୍ର ଙ୍କୁ ସମ୍ବଦ୍ଧନା ଦିଆଯାଇଥିଲା ।ଏହା ଥିଲା ଶ୍ରୀ ପାତ୍ରଙ୍କ ବାଚସ୍ପତି ହେବାଠାରୁ ତାଙ୍କର ପ୍ରଥମ ଦିଗପହଣ୍ଡି ଗ୍ରସ୍ତ ।ତାଙ୍କ ସହ ଵ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ ,ଵ୍ରହ୍ମପୁର ଵିଧାୟକ ବିକ୍ରମ ପଣ୍ଡା ଯୋଗଦେଇ ଥିଲେ ।ଶହଶହ ସମର୍ଥକଙ୍କ ସହ ଦିଗପହଣ୍ଡି ସହର ପରିକ୍ରମା କରିଥିଲେ।ପରିଶେଷରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା ।ଦିଗପହଣ୍ଡି ଵ୍ଳକର ବିଡ଼ିଓ ହଳଧର ଶବର ବ୍ଳକର ଅଧକ୍ଷ ବିପିନ ଚନ୍ଦ୍ର ପ୍ରଧାନ ସରପଞ୍ଚ ସଙ୍ଘ ସଭାପତି ହରିଵନ୍ଧୁ ରେଡ଼ି ଦିଗପହଣ୍ଡି ଏନ୍ଏସି ର ସମସ୍ତ କର୍ମ କର୍ତ୍ତା ସ୍ବାଗତ କରିଥିଲେ ।ସଭାରେ ଅତିଥି ମାନେ ସରକାରଙ୍କ ଯୋଜନାର ରୁପରେଖ ସମନ୍ଧରେ ବର୍ଣ୍ଣନା କରିଥିଲେ ।ସରକାରଙ୍କ ସମସ୍ତ ଯୋଜନା କିପରି ସାଧାରଣ ଲୋକଙ୍କ ପାଖକୁ ପହଞ୍ଚି ପାରିବ ଲୋକମାନେ ଯେମିତି ସରକାର ଙ୍କ ଯୋଜନାରୁ ଵଞିତ ନହେବେ ସେଥି ପ୍ରତି ଗୁରୁତ୍ୱ ଦେବାକୁ ଆହ୍ବାନ କରାଯାଇଥିଲା ।
ରିପୋର୍ଟ ପ୍ରଫୁଲ ସାବତ