ଭୁବନେଶ୍ୱର– ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଟଙ୍କା ଅସୁରକ୍ଷିତ ଥିବାକୁ ନେଇ କଂଗ୍ରେସ ବିଧାୟକ ମାନଙ୍କର ହଟ୍ଟଗୋଳ କାରଣରୁ ବାଚସ୍ପତି ଗୃହକୁ ୧୦.୪୨ରୁ ୧୨.୩୦ ଯାଏ ମୁଲତବୀ ରହିଲା ବୋଲି ଘୋଷଣା କରିଥିଲେ ।
ଦିବଙ୍ଗତ ବିଧାୟକ ମାନଙ୍କ ଉପରେ ଶୋକ ପ୍ରସ୍ତାବ ଆଲୋଚନା ହେବା ପରେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ନେତୃତ୍ୱରେ କଂଗ୍ରେସ ବିଧାୟକ ମାନେ ଶ୍ରୀଜଗନ୍ନାଥଙ୍କ ଟଙ୍କା ଖାଇଲା କିଏ ବୋଲି ସ୍ଲୋଗାନ ମାନ ଦେଇ ଗୃହର ମଧ୍ୟ ଭାଗକୁ ଚାଲି ଆସିଥିଲେ । ଏହା ଫଳରେ ବାଚସ୍ପତି ଶ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର ଗୃହକୁ ଦିନ ୧୨.୩୦ ଯାଏ ମୁଲତବୀ ରହିଲା ବୋଲି ଘୋଷଣା କରିଥିଲେ ।