ରୋମ– ଇଟାଲୀରେ ଘାତକ କରୋନା ଭୂତାଣୁରେ ମୃତକଙ୍କ ସଂଖ୍ୟା ବୃଦ୍ଧି ଘଟି ୬୩୧ରେ ପହଂଚିଛି । ଏହା ସହିତ ସଂକ୍ରମିତଙ୍କ ସଂଖ୍ୟା ୮,୫୧୪ରେ ପହଂଚିଛି ।ସିଭିଲ୍ ପ୍ରୋଟେକ୍ସ ଡିପାର୍ଟମେଂଟର ମୁଖ୍ୟ ଏଞ୍ଜେଲୋ ବୋରେଲୀ କହିଛନ୍ତି ଯେ, ମୋଟ୍ ସଂକ୍ରମିତଙ୍କ ମଧ୍ୟରୁ ୧୦୦୪ ରୋଗୀ ସୁସ୍ଥ ହେଲେଣି। ମୃତକଙ୍କ ମଧ୍ୟରେ କିଛି ଲୋକଙ୍କ ବୟସ ୫୦ ରୁ ୫୯ ରହିଛି । ୮ ପ୍ରତିଶତ ମୃତକଙ୍କ ଆୟୁ ୬୦ ବର୍ଷ ରହିଛି, ୩୨ ପ୍ରତିଶତଙ୍କ ଆୟୁ ୭୦ ରୁ ୭୯ ପ୍ରତିଶତ, ୪୫ ପ୍ରତିଶତ ମୃତକଙ୍କ ବୟସ ୮୦ ରୁ ୮୯ ରହିଥିବା ବେଳେ ୧୪ ପ୍ରତିଶତଙ୍କ ବୟସ ୯୦ରୁ ଅଧିକ ରହିଛି । ମୋଟ୍ ସଂକ୍ରମିତଙ୍କ ମଧ୍ୟରେ ୫,୦୩୮ ଲୋକଙ୍କ ରକ୍ତ ନମୂନା ପଜିଟିଭ୍ ମିଳିଛି । ୮୭୭ ଜଣଙ୍କୁ ଆଇସିୟୁରେ ଭର୍ତି କରାଯାଇଛି ।ଉଲ୍ଲେଖନୀୟ, କରୋନା ଭୂତାଣୁର ପ୍ରକୋପ କାରଣରୁ ସ୍କୁଲ, କଲେଜ୍ ଛୁଟି ଘୋଷଣା କରାଯାଇଛି । କ୍ରୀଡା କାର୍ଯ୍ୟକ୍ରମ ରଦ୍ଦ କରାଯାଇଛି । ସିନେମା, ଥିଏଟର, ନାଇଟ୍ କ୍ଲବ ବନ୍ଦ ରଖାଯାଇଛି । ବିବାହ କାର୍ଯ୍ୟକ୍ରମ ସ୍ଥଗିତ ରଖାଯାଇଛି । ଇଟାଲୀ ବ୍ୟତୀତ ଅନେକ ଦେଶରେ ଉଡାଣ ଓ ଯାତ୍ରା ଉପରେ ମଧ୍ୟ ପ୍ରତିବନ୍ଧିତ ରଖାଯାଇଛି ।
Related Stories
November 23, 2024