– କଟ୍ଟରପନ୍ଥୀ ସଂଗଠନ ପିଏଫଆଇ ସହିତ ତାହିରଙ୍କ କଥିତ ସମ୍ବନ୍ଧଙ୍କୁ ନେଇ ଯାଂଚ ଜୋରଦାର
ନୂଆଦିଲ୍ଲୀ- ପ୍ରବର୍ତନ ନିର୍ଦ୍ଦେଶାଳୟ(ଇଡି) ଆମ୍ ଆଦମୀ ପାର୍ଟିର ନିଲମ୍ବିତ କର୍ପୋରେଟର ତାହିର ହୁସେନଙ୍କ ବିରୋଧରେ ମନି ଲଣ୍ଡ୍ରିଂ(ୟୁପିଏମଏଲଏ) ଆଧାରରେ ମାମଲା ରୁଜୁ କରିଛି । ଏହା ବ୍ୟତୀତ ତାହିର ହୁସେନଙ୍କ ପପୁଲାର ଫ୍ରଂଟ ଅଫ ଇଣ୍ଡିଆ(ପିଏଫଆଇ) ସହିତ ସଂପର୍କ ଥିବା ଜଣା ପଡିଛି । ଏହାକୁ ନେଇ ଖୋଳତାଡ ଜାରି ରହିଛି ।
ଇଡି ବୁଧବାର ଧନ ଶୋଧନ ନିରୋଧକ ଅଧିନିୟମ ଆଧାରରେ ଆମ୍ ଆଦମୀ ପାର୍ଟିର ବହିଷ୍କାର କର୍ପୋରେଟର ତାହିର ସୁହେନଙ୍କ ବିରୋଧରେ ମାମଲା ରୁଜୁ କରିଛି । ତାହିରଙ୍କ ଉପରେ ଇଂଟେଲିଜେନ୍ସ ବ୍ୟୁରୋ(ଆଇବି)ରେ ମୁତୟନ କନଷ୍ଟେବଳ ଅଙ୍କିତ ଶର୍ମାଙ୍କ ହତ୍ୟା ସମେତ ଦିଲ୍ଲୀ ହିଂସାର ଅନେକ ମାମଲାରେ ସଂଶ୍ଳିଷ୍ଟ ଥିବାର ଆରୋପ ଲାଗିଛି । ଗତ ଦିନରେ ଉତର ପୂର୍ବ ଦିଲ୍ଲୀରେ ଘଟିଥିବା ହିଂସାରେ ଦିଲ୍ଲୀ ପୋଲିସ ତାହିରଙ୍କ ବିରୋଧରେ ମୋଟ୍ ଚାରୋଟି ମାମଲା ରୁଜୁ କରିଛି, ଏଥିରେ ଆଇବି କନଷ୍ଟେବଳ ଅଙ୍କିତ ଶର୍ମାଙ୍କ ହତ୍ୟା ମାମଲା ମଧ୍ୟ ସାମିଲ । ଏହା ସହିତ କଟ୍ଟରପନ୍ଥୀ ସଂଗଠନ ପିଏଫଆଇ ସହିତ ତାହିରଙ୍କ କଥିତ ସମ୍ବନ୍ଧର ମଧ୍ୟ ଯାଂଚ କରାଯାଉଛି ।
ଉଲ୍ଲେଖନୀୟ, ସୋମବାର ଦିଲ୍ଲୀ ପୋଲିସ ତାହିରଙ୍କ ଭାଇ ଶାହା ଆଲମଙ୍କୁ ମଧ୍ୟ ଅଟକ ରଖିଥିଲା । ଅଙ୍କିତ ଶର୍ମାଙ୍କ ହତ୍ୟାର ତଦନ୍ତ ସମୟରେ ଶାହା ଆଲମଙ୍କ ହାତ ରହିଥିବା ସାମ୍ନାକୁ ଆସିଛି । ରବିବାର ତାହିର ହୁସେନଙ୍କୁ ସହାୟତା କରିଥିବା ପିତା-ପୁତ୍ର ରିୟାସତ ଅଲି ଓ ଲିୟାକତଙ୍କୁ ପୋଲିସ କଡକଡ୍ଡୁମା କୋର୍ଟରେ ହାଜର କରିଥିଲା । ରିୟାସତ ଅଲିଙ୍କୁ ତିନି ଦିନିଆ ପୋଲିସ ରିମାଣ୍ଡରେ ପଠାଯାଇଛି ଏବଂ ତାଙ୍କ ପିତା ଲିୟାକତଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଯାଇଛି ।