ଭୁବନେଶ୍ୱର – ରାଜ୍ୟସଭା ନିର୍ବାଚନ ପାଇଁ ବିଜେଡି ପକ୍ଷରୁ ବୁଧବାର ୪ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଥିବା ବେଳେ ବିଜେପି ପ୍ରାର୍ଥୀ ଦେବନି ବୋଲି କହିଛନ୍ତି ରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ ।
ସେ କହିଛନ୍ତି ଯେ ଆମର ସଂଖ୍ୟା ହେଉନି, ସେଥିଲାଗି ଆମେ ଲଢିବୁନି । ନୋମିନେସନ କରିବାର ସଂଖ୍ୟା ରହିଥିଲେ ହେଁ ଜିତିବା ପାଇଁ ଆବଶ୍ୟକ ସଂଖ୍ୟା ନାହିଁ । ଲଢିକି ଅପଦସ୍ଥ ହେବାକୁ ପସନ୍ଦ କରୁନୁ । ଅପରପକ୍ଷେ କଂଗ୍ରେସ ସହ ମିଶିବାର ସମ୍ଭାବନା ନାହିଁ । ଅନ୍ୟ ଯେକୌଣସି ଦଳ ସହ ମିଳିମିଶି ଆମେ ଯାଇପାରୁ, ହେଲେ କଂଗ୍ରେସ ସହ ମିଶିବାର ପ୍ରଶ୍ନ ଉଠୁନି । ଏହାବ୍ୟତୀତ ଦଳ ଏ ସମ୍ପର୍କରେ ଚୁଡ଼ାନ୍ତ ନିଷ୍ପତି ନେବା ପରେ ଗଣମାଧ୍ୟମକୁ ଅବଗତ କରାଇଦେବେ ବୋଲି ସେ କହିଛନ୍ତି ।