ଭୁବନେଶ୍ୱର– ଓଡିଶାରେ ମୋଟ ୬୦,୬୫୩.୨୨ ହେକ୍ଟର ଜମିରେ କାଜୁ ବାଦାମ ଚାଷ କରାଯାଉଛି । ଏହାଦ୍ୱାରା ବର୍ଷକୁ ୯୧,୧୬୪.୫୫ ମେଟ୍ରିକ୍ ଟନ୍ କାଜୁ ଉତ୍ପାଦିତ ହେଉଛି ବୋଲି ରାଜ୍ୟ କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ ଅରୁଣ କୁମାର ସାହୁ ସୂଚନା ଦେଇଛନ୍ତି ।
ସେ କହିଛନ୍ତି ଯେ ଓଡିଶାରେ କାଜୁ ଚାଷର ପ୍ରସାର ତଥା ଉତ୍ପାଦନ ବୃଦ୍ଧି ପାଇ ବିଗତ ବର୍ଷ ମାନଙ୍କରେ ଜାତୀୟ ଉଦ୍ୟାନ କୃଷି ମିଶନ ଯୋଜନା ଏବଂ ଡିସିସିଡି ଯୋଜନାରେ କାଜୁ ଚାଷପାଇଁ ଚାଷୀ ମାନଙ୍କୁ ପ୍ରୋତ୍ସାହନ ଯୋଗାଇଦିଆଯାଇଛି । ଏହି ଚାଷ ପାଇଁ ରାଷ୍ଟ୍ରୀୟ କୃଷି ବିକାଶ ଯୋଜନାରେ ହେକ୍ଟର ପାଇଁ ପ୍ରଥମ ବର୍ଷ ୧୨ ହଜାର ଟଙ୍କା , ଦ୍ୱିତୀୟ ବର୍ଷ ୪ ହଜାର ଟଙ୍କା ଏବଂ ତୃତୀୟ ବର୍ଷ ୪ ହଜାର ଟଙ୍କା ଏହି ଭଳି ମୋଟ ୨୦ ହଜାର ଟଙ୍କା ୩ ଟି କିସ୍ତିରେ ଚାଷୀ ମାନଙ୍କୁ ସହାୟତା ଯୋଗାଇ ଦିଆଯାଉଛି ବୋଲି କୃଷି ମନ୍ତ୍ରୀ ସୂରଚନା ଦେଇଛନ୍ତି ।