

କନ୍ଧମାଳ– ଚଳିତ ବର୍ଷ ଫୁଲବାଣୀ ଏବଂ ଆଖପାଖ ଫିରିଙ୍ଗିଆ, ଖଜୁରିପଡା ଓ ଟିକାବାଲି ସମେତ ସମଗ୍ର କନ୍ଧମାଳ ଜିଲାରେ କରୋନା ଭୁତାଣୁ ଭୟରେ ତଥା ଜିଲା ପ୍ରଶାସନର ସଚେତନତା ଯୋଗୁଁ ଲୋକେ ହୋଲି ଖେଳିବାକୁ ଭୟ କରି ଏହାଠାରୁ ଦୁରରେ ରହିଥିଲେ. ଫଳରେ ହୋଲି ଖେଳା ପାଇଁ ବିଭିନ୍ନ ରଙ୍ଗ ବିକି୍ର କରିବାପାଇଁ ଖୋଲାଯାଇଥିବା ଦୋକାନ ଗୁଡିକର ବ୍ୟବସାୟ ଫିକା ପଡିଛି ଚଳିତ ବର୍ଷ ଦୋକାନ ଗୁଡିକ ଅତି କମ ସଂଖ୍ୟାରେ ଗ୍ରାହକ ଥିବା ଦେଖିବାକୁ ମିଳିଥିଲା. ପୁଲବାଣୀରେ କିଛି ଧାର୍ମିକ ସଂଗଠନ ଗୁଡିକର ସଦସ୍ୟ ଫୁଲବାଣୀ ବାର ଆସୋସିଏସନ, ଜିଲା ସାମ୍ବାଦିକ ସଂଗଠନ ଏବଂ ଆଗ୍ରହୀ ବ୍ୟକ୍ତି ମାନେ ହୋଲି ଖେଳାକୁ ନିଆରା ଢଙ୍ଗରେ ଖେଳିଛନ୍ତି. ସେମାନେ ଏହି ଖେଳରେ କନ୍ଧମାଳ ହଳଦୀ ସମେତ ଅନ୍ୟାନ୍ୟ ପ୍ରକୃତିକ ରଙ୍ଗକୁ ବ୍ୟବହାର କରି ହୋଲିର ଆନନ୍ଦ ଉଠାଇଥିଲେ. ଚଳିତ ବର୍ଷ ହୋଲି ଖେଳ ବେଳେ କୌଣସି ଅଘଟଣ ଘଟିଥିବା ଜଣାପଡି ନଥିବାବେଳେ. ଅଳ୍ପ ଲୋକ ଏଥିରେ ସାମିଲ ହୋଇ ଏହାର ଆନନ୍ଦ ଉଠାଇଥିଲେ. ଫୁଲବାଣୀ ସହରରେ ଜିଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ କରୋନା ଭୁତାଣୁ ନିମନ୍ତେ ସଚେତନତାର ବାର୍ତା ନିରନ୍ତର ଭାବେ ଡାକବାଜି ଯନ୍ତ୍ର ଯୋଗେ ପ୍ରଚାର ଚାଲିଥିବା ପରିଲକ୍ଷିତ ହୋଇଥିଲା. ସେହିପରି ଫିରିଙ୍ଗିଆ ବ୍ଳକ ଅଂଚଳରେ କରୋନା ଭୟରେ ଲୋକେ ହୋଲି ଖେଳରୁ ନିଜକୁ ଦୁରେଇ ରଖିଥିଲେ ସେଥିପାଇଁ ସକାଳୁ ଏହି ଅଂଚଳରେ ରାସ୍ତାଘାଟ ସୁନସାନ ଥିବା ଦେଖିବାକୁ ମିଳିଥିଲା. ତଥାପି ଜିଲା ପୋଲିସ ଏବଂ ପ୍ରଶାସନ ତରଫରୁ ଆବଶ୍ୟକୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା. ସେହିପରି ଖଜୁରିପଡା ଅଂଚଳରେ ମଧ୍ୟ ଲୋକେ ଭୟରେ ତଥା ସଚେତନା ସ୍ୱରୁପ କମସଂଖ୍ୟାରେ ହୋଲି ଖେଳକୁ ବାହାରିଥିବା ଦେଖିବାକୁ ମିଳିଥିଲା. ସେମାନେ କେବଳ ଅବିର କିମ୍ବା ହଳଦୀରେ ଏହି ଖେଳ ଖେଳୁଥିବା ଦେଖରବାକୁ ମିଳିଥିଲା. ମୋଟାମୋଟି ଭାବରେ ସମଗ୍ର କନ୍ଧମାଳ ଜିଲାରେ େଲୋକେ କରୋନା ଭୁତାଣୁ ପାଇଁ ସଚେତନ ହୋଇ ସତର୍କତାର ସହ କମ ସଂଖ୍ୟାରେ ହୋଲି ଖେଳିଥିବା ଦେଖିବାକୁ ମିଳିଥିଲା. ତେବେ ଚଳିତ ବର୍ଷ ହୋଲିରେ ଫୁଲବାଣୀ ଏବଂ ଆଖପାଖ ଅଂଚଳରେ କୌଣସି ଅଘଟଣ ହୋଇଥିବା ସୁଚନା ମିଳି ନାହିଁ.