
ମାଲକାନଗିରି – ମାଲକାନଗିରି ସଦର ମହକୁମାରେ ଆଜି ଜଣେ କୋରନା ସନ୍ଦିଗ୍ଧ ଚିନ୍ହଟ ହୋଇଥିବା ପ୍ରଚାର ହେବ ପରେ ଜିଲ୍ଲାରେ ଆତଙ୍କ ଖେଳିଯାଇଛି !ମିଳିଥିବା ସୂଚନା ଅନୁଯାଇ ମାଲକାନଗିରି ସଦରମହକୁମା ଏ ମ ଭି 41ଗ୍ରାମର ପରିମଳ ବିଶ୍ୱାସ (୫0)କିଛିଦିନ ତଳେ ପଶ୍ଚିମବଂଗ ଠାରେ ଥିବା ଇସ୍କନ କୁ ଯାଇଥିଲେ !ସେଠାରେ ବିଦେଶୀ ପର୍ଯ୍ୟଟକ ସଂସ୍ପର୍ଶରେ ଆସିଥିଲେ !ସେଠାରୁ ଗାଁକୁ ଫେରିବା ପରେ ତାଙ୍କର ଦେହଖରାପ ହୋଇଥିଲା!ଏପରିକି କାଶ ହେବାସହ ନିଶ୍ୱାସ ନେବାରେ କଷ୍ଟଅନୁଭବ କରିବାରୁ ତାଙ୍କୁ ଆଜି ମୁଖ୍ୟ ଚିକିତ୍ସାଳୟ କୁ ପରିବାର ଲୋକେ ନେଇଥିଲେ ! କିନ୍ତୁ ସେ ମେଡିକାଲ ଯାଇଥିଲେ ହେଲେ ଡାକ୍ତର ତାଙ୍କୁ ମେଡିକାଲରେ ସ୍ୱତନ୍ତ୍ର ୱାର୍ଡ ରେ ଚିକିତ୍ସା ହେବାକୁ କହିବାରୁ ସେ ସେଠାରୁ ଫେରାରହୋଇଯାଇଥିଲେ !