ମାଲକାନଗିରି – ସଫା ରହିବାର ବାଟ ବାଛି ନେଇଛନ୍ତି ଗ୍ରାମବାସୀ । ଦିନେ କି ମାସେ ନୁହେଁ, ବରଂ ନିୟମିତ ସଫା ସୁତୁରା ପାଇଁ ସାମୁହିକ ଶପଥ ନେଇଛନ୍ତି । ଗାଁର ପିଲାଙ୍କ ଠାରୁ ବୁଢ଼ାବୁଢ଼ୀ ଯାଏଁ ସମସ୍ତେ ହାତରେ ଝାଡ଼ୁ କୋଦାଳ ଧରି ଗାଁ ଦାଣ୍ଡ, ବିଦ୍ୟାଳୟ, କୂଅମୂଳ, ନଳକୂପ ଚାରିପାଖରୁ ମଇଳା ଉଠାଇଛନ୍ତି । ନାଳରେ ଜମିଥିବା ବର୍ଷ ବର୍ଷର ପଙ୍କ କାଦୁଅ ବାହାର କରିଛନ୍ତି । ଏଥିରେ ପ୍ରାୟ ୬ଖଣ୍ଡ ଗ୍ରାମର ୩୦୦ରୁ ଉର୍ଦ୍ଧ୍ୱ ଲୋକ ଏକତ୍ରିତ ହୋଇ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।
ବରଜା ଗ୍ରାମ ନିକଟରେ ପ୍ରଥମେ ଏକ ସଭାର ଆୟୋଜନ ହୋଇଥିଲା ।ଏହି ସଭାରେ ସରପଂଚ, ନାଏବ ସରପଂଚ, ଆଶା ଦିଦି, ଅଙ୍ଗନବାଡି ଦିଦି, ସରକାରୀ କର୍ମଚାରୀ, ଶିକ୍ଷକ ଶିକ୍ଷୟତ୍ରୀ ଓ ଗ୍ରାମବାସୀ ଙ୍କ ଉପସ୍ଥିତ ରେ ଅନୁଷ୍ଠିତ ସଭାକୁ ଜିଲ୍ଲା ଜଳ ଓ ପରିମଳ ବିଭାଗର ସଂଯୋଜକ ସୋମନାଥ ମହାନ୍ତି ପରିଚାଳନା କରିଥିଲେ । ୩୦୦ରୁ ଉର୍ଦ୍ଧ୍ୱ ଲୋକଙ୍କୁ ନେଇ ଏକ ବିଶାଳ ରାଲିର ଆୟୋଜନ ହୋଇଥିଲା । ସ୍ୱଚ୍ଛ ଅଭିଯାନ ଗୋଟିଏ ଦିନ ନୁହଁ ଏହାକୁ ନିତିଦିନ କରିବା ପାଇଁ ଲୋକେ ଶପଥ ନେଇଥିଲେ ।