ରୋମ । ଚୀନରୁ ବ୍ୟାପି ଥିବା ଭୟଙ୍କର କରୋନା ଭାଇରସ ଇଟାଲୀ ପାଇଁ ଅଧିକ ବିପଦ ଦେଖାଯାଇଛି । ଗୋଟିଏ ଦିନରେ ରବିବାର ୧୩୩ ଜଣ ଲୋକଙ୍କ ମୃତ୍ୟୁ ହୋଇଛି । ଫଳରେ ଦେଶରେ ମୃତକଙ୍କ ସଂଖ୍ୟା ୩୬୬ରେ ପହଞ୍ଚିଛି । ସ୍ଥିତି ଖରାପ ହେବା କାରଣରୁ ଇଟାଲୀର ସରକାର ୨ କୋଟିରୁ ଅଧିକ ମାସ୍କ ମଗାଇଥିବା ଜଣା ପଡିଛି ।
ମିଳିଥିବା ସୂଚନା ଅନୁସାରେ ଗୋଟିଏ ଦିନରେ ସଂକ୍ରମଣ ସଂଖ୍ୟା ୧୪୯୨ରେ ପହଞ୍ଚିଛି । ଚୀନ ପରେ କରୋନା ଭାଇରସରେ ସର୍ବାଧିକ ପ୍ରଭାବିତ ପ୍ରଭାବିତ ହୋଇଥିବା ଦେଶ ହେଉଛି ଇଟାଲୀ । ଏଠାରେ ମୃତକଙ୍କ ସଂଖ୍ୟା ୩୬୬ ପହଞ୍ଚିଥିବା ବେଳେ ୭୩୭୫ ଜଣ ସଂକ୍ରମିତ ଅଛନ୍ତି ।