ବାରିପଦା – ମୟୂରଭଞ୍ଜ ଜିଲ୍ଲାର ସର୍ବ ପୂରାତନ ଶିକ୍ଷା ଅନୁÂାନ ଏମକେସି ହାଇସ୍କୁଲ ନିକଟରୁ ମାତ୍ର ୫୦ ମିଟର ଦୂରରେ ଥିବା ସରକାରୀ ବିଦେଶୀ ମଦ ଦୋକାନ ବନ୍ଦ କରାଯିବା ନିମନ୍ତେ ମୟୂରଭଞ୍ଜ ମୁକ୍ତି ମୋର୍ଚ୍ଚା ପକ୍ଷରୁ ଜିଲ୍ଲା ଅବକାରୀ ଅଧିକ୍ଷକଙ୍କ ନିକଟରେ ଦାବି କରାଯାଇଛି । ମୋର୍ଚ୍ଚାର ଅଧ୍ୟକ୍ଷ ଧରମରାଜ ହାଁସଦାଃଙ୍କ ଅଭିଯୋଗ ଅନୁସାରେ ଉକ୍ତ ମଦ ଦୋକାନରୁ ସମୟ ସମୟରେ ଅଧ୍ୟୟନତର ଛାତ୍ରମାନଙ୍କୁ ମଦ ଆଣୁଥିବାର ଦେଖିବାକୁ ମିଳିଥାଏ । ଏଥି ସହିତ ଏମକେସି ହାଇସ୍କୁଲ ପାଶ୍ୱର୍ ଏବେ ନିଶାଖୋରମାନଙ୍କ ଆଖଡ଼ାଶାଳରେ ପରିଣତ ହୋଇସାରିଛି । ଫଳରେ ଏହାର କୁପ୍ରଭାବ ବିଦ୍ୟାଳୟରେ ଅଧ୍ୟୟନରତ ଛାତ୍ରଛାତ୍ରୀମାନଙ୍କ ଉପରେ ସିଧାସଳଖ ଭାବେ ପ୍ରତିଫଳିତ ହେବାରେ ଲାଗିଛି । ତେଣୁ ଉକ୍ତ ସରକାରୀ ମଦ ଦୋକାନକୁ ବନ୍ଦ କରାଇବା ନିମନ୍ତେ ମୋର୍ଚ୍ଚା ପକ୍ଷରୁ ଅବକାରୀ ଅଧିକ୍ଷକଙ୍କୁ ୭ ଦିନ ସମୟ ଦିଆଯାଇଛି । ଉକ୍ତ ସମୟ ମଧ୍ୟରେ ମଦ ଦୋକାନକୁ ବନ୍ଦ କରାନଗଲେ ଅବକାରୀ କାର୍ଯ୍ୟାଳୟରେ ତାଲା ପକାଯାଇ ସମ୍ମୁଖରେ ଗଣଧାରଣା ଦିଆଯିବ ବୋଲି ସଂଗଠନର ଅଧ୍ୟକ୍ଷ ଶ୍ରୀହାଁସଦାଃ ଅବକାରୀ ଅଧିକ୍ଷକଙ୍କୁ ଚେତାବନୀ ଦେଇଛନ୍ତି ।
Related Stories
November 23, 2024