ଭୁବନେଶ୍ୱର– ଆଜି ଦୋଳ ପୂର୍ଣିମା ପାଇଁ ରାଜ୍ୟର ଗାଁ ଠାରୁ ନେଇ ଶହର ଯାଏ ଉତ୍ସବ ମୁଖର ହୋଇଛି ।ଫାଲଗୁନ ମାସ ଶୁକ୍ଲ ଦଶମୀ ଠାରୁ ପୂର୍ଣ୍ଣିମା ଯାଏଁ ଦୋଳ ଉତ୍ସବ ପାଳନ କରାଯାଏ । ଏହା ଓଡ଼ିଆଙ୍କ ସାସ୍କୃତିକ ପରମ୍ପରାର ଏକ ମାଧ୍ୟମ ବୋଲି କୁହାଯାଏ । ଦୋଳ ପୂର୍ଣ୍ଣିମା ଅବସରରେ ଦୋଳ ଗୋବିନ୍ଦ ପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ପୂଜାର୍ଚ୍ଚନା କରାଯାଏ । ଭଗବାନଙ୍କୁ ଦୋଳ ବିମାନରେ ବସାଇ ଘର ଘର ବୁଲା ଯାଇଥାଏ । ଏହା ପରେ ଭଗବାନ ସମସ୍ତଙ୍କ ଘରେ ଭୋଗ ଖାଇଥାନ୍ତି । ଏହି ବିମାନରେ ଥିବା ବେଳେ ଶ୍ରୀକୃଷ୍ଣଙ୍କ ଦର୍ଶନ କରିଲେ କୋଟି ପାପ ଧୋଇ ହୋଇଯାଏ ବୋଲି ବିଶ୍ୱାସ ରହିଛି । ଏହି ଦିନ ପ୍ରଭୁଙ୍କ ପାଖରେ ଅବିର ଲାଗିହୁଏ । ଏହା ପରେ ଭଗବାନ ରାଧାକୃଷ୍ଣ ପରସ୍ପରକୁ ଅବିର ଲଗାନ୍ତି । ମର୍ତ୍ତ୍ୟଲୋକରେ ମେଷ ନାମକ ଏକ ଦାନବ ଉପଦ୍ରବ କରୁଥିଲା । ଶ୍ରୀକୃଷ୍ଣଙ୍କ ହାତରେ ମେଷ ଦାନବର ପ୍ରାଣ ଯାଇଥିବାରୁ ଏହି ଦିନଟିକୁ ଖୁସି ମନାଯାଇଥାଏ । ଏହି ଦିନରେ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପାଖରେ ନୂଆଁ ପାଞ୍ଜି ପୂଜା କରାଯାଇଥାଏ । ଏହି ଦିନ ଗାଁ ଠାରୁ ସହର ସବୁ ରାଧାକୃଷ୍ଣ ମନ୍ଦିର ଉତ୍ସବ ମୁଖର ହୋଇଥାଏ ।
Related Stories
November 24, 2024
November 24, 2024