
ବାରିପଦା – ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୁଦିଙ୍କ ସ୍ୱଚ୍ଛ ଭାରତ ଅଭିଯାନ ଓ ପ୍ଲାଷ୍ଟିକ ମୁକ୍ତ ଭାରତ ଗଠନ ଆହ୍ୱାନକୁ ସାକାର କରାଇବା ନିମନ୍ତେ ଅଂଟା ଭିଡ଼ି ଆଗେଇ ଆସିଛି ମୟୂରଭଞ୍ଜ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା ଠିକାଦାର ଆସୋସିଏସନ । ଏହି ପରିପ୍ରେକ୍ଷୀରେ ଆସୋସିଏସନର ପରାମର୍ଶଦାତା ମୂରାରୀ ଶର୍ମାଙ୍କ ନେତୃତ୍ୱରେ ବାରିପଦାସ୍ଥିତ ବଜାର ଇଣ୍ଡିଆ ସମ୍ମିଳନୀ କକ୍ଷରେ ଆୟୋଜିତ କାର୍ଯ୍ୟକ୍ରମରେ ଆସୋସିଏସନର ସଭାପତି ପରେଶ ମହାନ୍ତ, ଉପସଭାପତି ତରୁଣ ମହାନ୍ତି, ସମ୍ପାଦକ ସନ୍ତୋଷ ଖଣ୍ଡେଲୱାଲ, କୋଷାଧ୍ୟକ୍ଷ ଶିବ ମହାକୁଡ଼, ଉପଦେଷ୍ଟା ପ୍ରିୟବ୍ରତ ଦାସ ଓ ସତ୍ୟବ୍ରତ ମହାନ୍ତି ପ୍ରମୁଖଙ୍କ ସମେତ ସଞ୍ଜୟ ଅଗ୍ରୱାଲା, ଗୋବିନ୍ଦ ଚନ୍ଦ୍ର ସାହୁ, ରବୀନ୍ଦ୍ର ପାଢ଼ୀ, ସ୍ୱରୂପ ମହାପାତ୍ର, ପ୍ରଦୀପ କୁମାର ସରଗରିଆ ଓ ସଂଗ୍ରାମ କେଶରୀ ଦେବ ଆଦି ଯୋଗ ଦେଇ ପ୍ରଥମ ପର୍ଯ୍ୟାୟରେ ମୟୂରଭଞ୍ଜ , ବାଲେଶ୍ୱର ଓ ଭଦ୍ରଖ ଜିଲ୍ଲାକୁ ନେଇ ଗଠିତ ଇଷ୍ଟର୍ଣ୍ଣ ସର୍କଲ ପକ୍ଷରୁ ପ୍ଲାଷ୍ଟିକ ମୁକ୍ତ ଭାରତ ଗଠନ ଉଦେ୍ଧଶ୍ୟରେ ଜନସଚେତନତା ସୃଷ୍ଟି କରାଇବା ନିମନ୍ତେ ମାଗଣାରେ କପଡ଼ା ନିର୍ମିତ କେରି ବ୍ୟାଗ ବଣ୍ଟନ କରାଯାଇଥିଲା ଏବଂ ଜନସାଧାରଣଙ୍କୁ ଅଧିକ ସଚେତନ କରାଇବାର ଲକ୍ଷ ନେଇ ଆଗାମୀ ଦିନରେ ଉକ୍ତ କାର୍ଯ୍ୟକ୍ରମକୁ ବ୍ୟାପକ କରାଯିବ ବୋଲି ମତ ବକ୍ତ କରିଥିଲେ । ଏଥି ସହିତ ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକ ବର୍ଜନ ସହ ପରିବେଶକୁ ସ୍ୱଚ୍ଛ ରଖିବା ନିମନ୍ତେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ଲାଷ୍ଟିକ ମୁକ୍ତ ଭାରତ ଗଠନରେ ଉକ୍ତ କାର୍ଯ୍ୟକ୍ରମ ସାମିଲ ହେବାକୁ ଜନସାଧାରଣଙ୍କୁ ଆହ୍ୱାନ ଦେଇଥିଲେ ବୋଲି ସଭାପତି ପରେଶ ମହାନ୍ତ ଏକ ପ୍ରେସ ଇସ୍ତାହାରରେ ସୂଚନା ଦେଇଛନ୍ତି ।