ଭୁବନେଶ୍ୱର – ‘ସୁରକ୍ଷା’ ତରଫରୁ ଲିଙ୍ଗଭିତିକ ସମାନତାକୁ ବିଭିନ୍ନ ପର୍ଯ୍ୟାୟରେ ସୁନିଶ୍ଚିତ କରାଇବା ପାଇଁ ଅନେକ ପ୍ରକାର କାର୍ଯ୍ୟକ୍ରମ କରିବା ସହିତ ଗୁରୁତ୍ୱପୂର୍ଣ୍ଣ ଦିବସ ଗୁଡ଼ିକ ପାଳନ କରଯାଏ । ତନ୍ମଧ୍ୟରୁ ଆନ୍ତର୍ଜାତୀୟ ମହିଳା ଦିବପସ ଅନ୍ୟତମ । ଆଜି ଏହି ପବିତ୍ର ଦିବସ ପାଳନ ଅବସରରେ ସ୍ଥାନୀୟ ନିଳାଦ୍ରୀ ବିହାରସ୍ଥିତ ସୋମନାଥ ବସ୍ତିରେ ସାଧାରଣ ଜ୍ଞାନ, ନୃତ୍ୟ, ସଙ୍ଗୀତ ପ୍ରତିଯୋଗିତା କରାଯିବା ସହିତ କରୋନା ସଚେତନତା କାର୍ଯ୍ୟକ୍ରମ ଅନୁÂିତ ହୋଇଯାଇଛି ଏଥିରେ ‘ସୁରକ୍ଷା’ର ସଭାପତି ଶ୍ରୀମତୀ ବନ୍ଦନା ପଣ୍ଡା, ଆନ୍ତର୍ଜାତୀୟ ମହିଳା ଦିବସରେ ନିଷ୍ପତି ପ୍ରକ୍ରିୟାରେ ମହିଳାମାନଙ୍କ ଭୂମିକା ଓ ମହିଳାମାନେ ନିଜକୁ କିପିର ସ୍ୱାବଲମ୍ବୀ ହୋଇପାରିବ, ସେଥିପ୍ରତି ଦୃଷ୍ଟି ଆକର୍ଷଣ କରିଥିଲେ । ଏହି ପବିତ୍ର ମହିଳା ଦିବସରେ ସୁରକ୍ଷାର ବରିÂ ସଦସ୍ୟା ଶ୍ରୀମତୀ ଚନ୍ଦନା ତ୍ରିପାଠୀ ଯୋଗଦେଇ ନାରୀମାନଙ୍କ ଅତ୍ମ ବିଶ୍ୱାସକୁ ବଳବତର କରାଇବା ବିଷୟରେ ଆଲୋଚନା କରିଥିଲେ । ‘ସୁରକ୍ଷା’ର ପରିଚାଳନା ନିଦେ୍ର୍ଧଶିକା ଶ୍ରୀମତୀ ମିଲି ରଣା ମହିଳାମାନଙ୍କ ଅବଦାନ ସ୍ମୃତିଚାରଣ କରିବା ସହିତ ସେମାନଙ୍କୁ ମାନ୍ୟତା ଦେବା ଓ କରୋନା ବିଷୟରେ ବୁଝାଇଥିଲେ ।
ଏହି ଉତ୍ସବରେ ସୁରକ୍ଷା ପରିବାର ଶ୍ରୀମତୀ ଚିତ୍ରଙ୍ଗଦ ପ୍ରଧାନ, ସୁରକ୍ଷାର ମାର୍ଗଦର୍ଶିକା ସୁଧାରଣୀ ମହାପାତ୍ର, ସମ୍ପାଦକ କେଶବ ରଣା, ପଦ୍ମଲୋଚନ ସାହୁଙ୍କ ସମେତତ ସ୍ଥାନୀୟ ପଣ୍ଡାପାର୍କ ଓ ସୋମନାଥ ବସ୍ତିର ପ୍ରାୟ ୩୦୦ ମସହିଳା ଯୋଗ ଦେଇଥିଲେ । ଶେଷରେ ସୁରକ୍ଷାର ସଭାପତି ଶ୍ରୀମତୀ ବନ୍ଦନା ପଣ୍ଡା ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।