ମାଲକାନଗିରି- ଜିଲ୍ଲା ଆଇନ ସେବା ପ୍ରାଧିକରଣ ମାଲକାନଗିରି ଆନୁକୂଲ୍ୟରେ ଆଜି ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, ମାଲକାନଗିରି ଠାରେ ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ମାଲକାନଗିରି ଜିଲ୍ଲା ଆଇନସେବା ପ୍ରାଧିକରଣର ଅଧ୍ୟକ୍ଷ ତଥା ଜିଲ୍ଲା ଦୌରା ଜଜ୍ ଶ୍ରୀ ରୋହିତ ଲାଲ ପଣ୍ଡା, ରେଜିଷ୍ଟ୍ରାର ସିଭିଲ କୋର୍ଟ, ମାଲକାନଗିରି ଶ୍ରୀ ହିମାଂଶୁ ଶେଖର ସିଂ, ବରିଷ୍ଠ ଦେବାନି ବିଚାରପତି ତଥା ଭାରପ୍ରାପ୍ତ ସଚିବ, ଜିଲ୍ଲା ଆଇନ ସେବା ପ୍ରାଧିକରଣ ଶ୍ରୀମତୀ ସୁଚେତା କୃପାଳିନୀ, ଜେଏମଏଫସି, ମାଲକାନଗିରି ଶ୍ରୀ ଶ୍ରୀକାନ୍ତ ପାଢ଼ୀ, ଅଧ୍ୟାପକ ମାଲକାନଗିରି ମହାବିଦ୍ୟାଳୟ ଡା. ରଞ୍ଜନ କୁମାର ସ୍ୱାଇଁ, ଶିଶୁ ମଙ୍ଗଳ ସମିତି ଅଧ୍ୟକ୍ଷ ଶ୍ରୀ ଅଶୋକ କୁମାର ପଟ୍ଟନାୟକ, ଶିଶୁ ମଙ୍ଗଳ ସମିତି ସଦସ୍ୟ ଦୀନବନ୍ଧୁ ଦାସ, ପ୍ରଧାନ ଆଚାର୍ଯ୍ୟ ଶ୍ରୀ ମନୋରଞ୍ଜନ ଦାସ, ଶିଶୁ ବିଦ୍ୟା ମନ୍ଦିରର ଗୁରୁଜୀ ଗୁରୁମା ବୃନ୍ଦ ଏବଂ ବିଦ୍ୟାଳୟର ଛାତ୍ରଛାତ୍ରୀ ଉପସ୍ଥିତି ଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷ ତଥା ଜିଲ୍ଲା ଦୌରା ଜଜ୍ ଶ୍ରୀ ରୋହିତ ଲାଲ ପଣ୍ଡା ଆନ୍ତର୍ଜାତୀୟ ମହିଳା ଦିବସ ପାଳନର ଉଦ୍ଦେଶ୍ୟ ତଥା ମହିଳାଙ୍କ ସୁରକ୍ଷା ଓ ଅଧିକାର ସମ୍ପର୍କିତ ନିୟମ ଉପରେ ବିସ୍ତୃତ ଭାବରେ ଆଲୋକପାତ କରିଥିଲେ ଏବଂ ନାରୀର ଗୁଣବତାକୁ ବଜାୟ ରଖି ନାରୀ ଶକ୍ତି ଓ ଅଧିକାରର ସଦୁପଯୋଗ କରି ଦେଶର ବିକାଶର ଧାରାରେ ସାମିଲ ହେବା ପାଇଁ ଆହ୍ୱାନ କରିଥିଲେ ।
ସେହିପରି ରେଜିଷ୍ଟ୍ରାର ଶ୍ରୀ ସିଂ ପାରିବାରିକ ଘରୋଇ ହିଂସା, ଯୌତୁକ ନିର୍ଯାତନା, ଏହିସବୁ କ୍ଷେତ୍ରରେ କିପରି ଜଣେ ମହିଳା ନିଜକୁ ସୁରକ୍ଷା କରିବେ ସେହି ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ । ଭାରପ୍ରାପ୍ତ ସଚିବ ତଥା ବିଚାରପତି ସ୍ଥାୟୀ ଓ ନିରନ୍ତର ଲୋକ ଅଦାଲତ ଶ୍ରୀମତୀ ସୁଚେତା କୃପାଳିନୀ ସେହିପରି ମହିଳାଙ୍କ ଅଧିକାର ଓ ସଶକ୍ତିକରଣ ନିଜ ନିଜ ଘରୁ ହିଁ ଆରମ୍ଭ ହୋଇ ସମଗ୍ର ଦେଶକୁ ବିକାଶ ପଥରେ ନେଇପାରିବ ବୋଲି ଆଲୋକପାତ କରିଥିଲେ । ଜେଏମଏଫସି ଶ୍ରୀ ପାଢ଼ୀ ଛାତ୍ରଛାତ୍ରୀଙ୍କୁ ନାରୀ ଓ ପୁରୁଷଙ୍କ ସମାନ ଅଧିକାର ଓ ସମ୍ମାନ ସମ୍ପର୍କରେ କହିଥିଲେ । ସେହିପରି ସିଡବ୍ଲ୍ୟୁସି ଅଧ୍ୟକ୍ଷ ଶ୍ରୀ ପଟ୍ଟନାୟକ ଭାରତୀୟ ଇତିହାସରେ ନାରୀର ଭୂମିକା ଓ ବର୍ତମାନ ସମୟରେ ନାରୀର ସ୍ଥିତି ସମ୍ପର୍କରେ ଆଲୋକପାତ କରିଥିଲେ ।
ଶ୍ରୀ ଦୀନବନ୍ଧୁ ଦାସ ସରକାରଙ୍କ ଦ୍ୱାରା ପ୍ରଦତ ମହିଳାଙ୍କ ସକାଶେ ରହିଥିବା ବିଭିନ୍ନ ଜନମଙ୍ଗଳକାରୀ ଯୋଜନା ସମ୍ପର୍କରେ ବିସ୍ତୃତ ଭାବରେ ସଚେତନତା କରିବା ସଙ୍ଗେ ସଙ୍ଗେ ଆଇନ ସେବା ପ୍ରାଧିକରଣର କାର୍ଯ୍ୟକ୍ରମ ଯେପରି ମାଗଣା ଆଇନସେବା, ମଧ୍ୟସ୍ଥିତା ଓ ଆପୋଷ ମିଳାମିଶା ମାମଧ୍ୟମରେ ମାମଲାର ସମାଧାନ ଏବଂ ଜାତୀୟ ଆଇନ ସେବା ପ୍ରାଧିକରଣ ଦ୍ୱାରା ପ୍ରଦତ ୧୦ଟି ନୂଆ ଯୋଜନା ସମ୍ପର୍କରେ ମଧ୍ୟ ବିସ୍ତୃତ ଆଲୋଚନା କରିଥିଲେ ।
ଉକ୍ତ କାର୍ଯ୍ୟକ୍ରମରେ ୧୦୦ରୁ ଉର୍ଦ୍ଧ୍ୱ ମହିଳା ଓ ଉକ୍ତ ବିଦ୍ୟାଳୟର ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ । ସଭା କାର୍ଯ୍ୟକୁ ଡା. ରଞ୍ଜନ କୁମାର ସ୍ୱାଇଁ ପରିଚାଳନା କରିଥିଲେ ଓ ପ୍ରଧାନ ଆଚାର୍ଯ୍ୟ ଶ୍ରୀ ଦାସ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଆଇନସେବା ପ୍ରାଧିକରଣର ଶ୍ରୀ ଶ୍ରୀକାନ୍ତ ଦଣ୍ଡସେନା, ଶ୍ରୀ ଅମିୟୁତ ସୁନା, ଶ୍ରୀ ସୁବାଷ ଦୁରୁଆ, ଶ୍ରୀ ଲାଲୁ ମୁରୁମୁ ଓ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ଗୁରୁଜୀ ଗୁରୁମା ପ୍ରମୁଖ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ ।