-
ହସ୍ତଶିଳ୍ପ ମେଳାରେ ସାମଗ୍ରୀ ପ୍ରସ୍ତୁତିର ପ୍ରତ୍ୟକ୍ଷ ପ୍ରଦର୍ଶନ
ଭୁବନେଶ୍ୱର – ଓଡ଼ିଶା ସରକାରଙ୍କ ହସ୍ତ ଓ କୁଟୀର ଶିଳ୍ପ ନିର୍ଦ୍ଦେଶାଳୟ ଆନୁକୂଲ୍ୟରେ ମାର୍ଚ୍ଚ ୨ ତାରିଖ ଠାରୁ ୟୁନିଟ୍ ୩ସ୍ଥିତ ପ୍ରଦର୍ଶନୀ ପଡ଼ିଆରେ ରାଜ୍ୟସ୍ତରୀୟ ହସ୍ତଶିଳ୍ପ ପ୍ରଦର୍ଶନୀ ଅନୁଷ୍ଠିତ ହେଉଛି ।
ଏହି ହସ୍ତଶିଳ୍ପ ପ୍ରଦର୍ଶନୀରେ ୧୧୦ଟି ଷ୍ଟଲ୍ରେ ୨୨ଟି ଜିଲ୍ଲାର କାରିଗରମାନଙ୍କ ଦ୍ୱାରା ପ୍ରସ୍ତୁତ ହସ୍ତଶିଳ୍ପ ସାମଗ୍ରୀ ପ୍ରଦର୍ଶନ ସାମଗ୍ରୀ ପ୍ରଦର୍ଶନ ଓ ବିକ୍ରୟ ହେଉଛି । ପ୍ରଦର୍ଶନୀର ମଧ୍ୟଭାଗରେ ହସ୍ତଶିଳ୍ପ ସାମଗ୍ରୀର ପ୍ରସ୍ତୁତି ପ୍ରଣାଳୀର ପ୍ରତ୍ୟକ୍ଷ ପ୍ରଦର୍ଶନ ସହିତ ସାମଗ୍ରୀ ଉପରେ ହସ୍ତଶିଳ୍ପ କାରିଗର ଓ ଶିଳ୍ପୀମାନେ ସବିଶେଷ ତଥ୍ୟ ପ୍ରଦାନ ପ୍ରଦାନ କରୁଛନ୍ତି । ଏହି ପ୍ରତ୍ୟକ୍ଷ ପ୍ରଦର୍ଶନରେ ରହିଛି ଧାନରେ ତିଆରି ହସ୍ତଶିଳ୍ପ, ଜନଜାତି ଅଳଙ୍କାର, ପଥର ଖୋଦେଇ, କାଠ ଖୋଦେଇ କାରୁକାର୍ଯ୍ୟ । ହସ୍ତଶିଳ୍ପ ପ୍ରଦର୍ଶନୀର ଷ୍ଟଲ୍ଗୁଡ଼ିକରେ ରଙ୍ଗବେରଙ୍ଗର ଲାଖଚୁଡ଼ି, ସୁନ୍ଦର କାରୁକାର୍ଯ୍ୟର ପିତଳ ଘରସଜ୍ଜା ସାମଗ୍ରୀ, ହାତ ତିଆରି ଅଳଙ୍କାର, ତାରକସୀ ଅଳଙ୍କାର, ପେଂଟି ଭଳି ହସ୍ତତିଆରି ସାମଗ୍ରୀ ପ୍ରଦର୍ଶନ ଓ ବିକ୍ରୟ ନିମନ୍ତେ ରହିଛି ।