ଭୁବନେଶ୍ୱର – ସ୍ୱେଚ୍ଛାସେବୀ ସାମାଜିକ ସଂଗଠନ କର ଫାଉଣ୍ଡେସନ ଓ ମୋ ସାଇକେଲର ମିଳିତ ଆନୁକୂଲ୍ୟରେ ମାର୍ଚ୍ଚ ୮ ବିଶ୍ୱ ମହିଳା ଦିବସ ଉପଲକ୍ଷେ ମହିଳା ସଶକ୍ତିକରଣ ଉଦ୍ଦେଶ୍ୟରେ ଏକ ସାଇକ୍ଲୋଥନ ସକାଳ ୭ଘଟିକା ସମୟରେ ଭୁବନେଶ୍ୱରସ୍ଥିତ ଶିଶୁଭବନ ଛକରୁ ମାଷ୍ଟର କ୍ୟାଂଟିନ ଛକ ପର୍ଯ୍ୟନ୍ତ ଆୟୋଜିତ ହେବ ବୋଲି କର ଫାଉଣ୍ଡେସନର ଟ୍ରଷ୍ଟି ଏମ.ଏ. ଅଲ୍ଳୀ ସୂଚନା ଦେଇଛନ୍ତି ।
ସୂଚନା ଅନୁଯାୟୀ ସମାଜର ବିଭିନ୍ନ ବର୍ଗର ଲୋକ ଏହି ସାଇକ୍ଲୋଥନରେ ଏମ୍ପୋରିଂ ଓମେନ, ଏମ୍ପୋରିଂ ହ୍ୟୁମାନିଟି ଲେଖାଥିବା ଟି-ସାର୍ଟ ପିନ୍ଧି ଅଂଶଗ୍ରହଣ କରିବେ । ଏହି କାର୍ଯ୍ୟକ୍ରମରେ ଅତିଥି ରୂପେ ଜୋନ୍-୧ ଏ.ସି.ପି. ଶ୍ରୀ ମାନସ ରଞ୍ଜନ ଗଡ଼ନାୟକ, ଓଡ଼ିଶା ସରକାରଙ୍କ ଭିନ୍ନକ୍ଷମ ବିଭାଗର ଅଧ୍ୟକ୍ଷା ଶ୍ରୀ ସୁଲୋଚନା ଦାସ, ଅଭିନେତୀ ତଥା ବିଜେଡି ନେତ୍ରୀ ଶ୍ରୀମତୀ ଏଲିନା ଦାସ, କର ଫାଉଣ୍ଡେସନର ଅଧ୍ୟକ୍ଷ ଅଭିନେତା ଚନ୍ଦନ କର ପ୍ରମୁଖ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।
Related Stories
January 20, 2025
January 20, 2025