
ଭଦ୍ରକ – ଗତ ଫେବୃଆରୀ ମାସରେ ଚାନ୍ଦବାଲି ବ୍ଲକ ଅର୍ନ୍ତଗତ ନୂଆଗାଁ ପଂଚାୟତର ସରପଂଚ ଏବଂ ପଂଚାୟତ ଅଧିକାରୀ କୌଣସି କାର୍ଯ୍ୟ ନକରି ୨ଲକ୍ଷ ୩୫ହଜାର ଟଙ୍କା ଉଠାଇଥିଲେ । ଏହି ବିଷୟରେ ସଂପୃକ୍ତ ଗ୍ରାମବାସୀ ଜିଲ୍ଲାପାଳ ତଥା ଜିଲ୍ଲା ପ୍ରକଳ୍ପ ନିର୍ଦେଶକଙ୍କ ଦ୍ୱାରସ୍ଥ ହୋଇଥିଲେ । ପରେ ଘଟଣାର ତଦନ୍ତ କରି ଚାନ୍ଦବାଲି ବିଡିଓ ବାଂଶଡା ଥାନାରେ ସଂପୃକ୍ତ ସରପଂଚ କାଳନ୍ଦୀ ସାହି ଏବଂ ପଂଚାୟତ ଅଧିକାରୀ ମନୋରଞ୍ଜନ ଦଳେଇଙ୍କ ନାମରେ ବାଂଶଡା ଥାନାରେ ଏକ ଲିଖିତ ଅଭିଯୋଗ କରିବା ସହ ସରକାରୀ ଟଙ୍କାର ଅପବ୍ୟୟ କରିଥିବାରୁ ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା ପାଇଁ ଲିଖିତ ଅଭିଯୋଗ କରିଛନ୍ତି ।