ମାଲକାନଗିରି– ଅନ୍ତର୍ଜାତୀୟ ମହିଳା ଦିବସରେ ଆଜି ଜଣେ ମହିଳା କ୍ୟାଡ଼ର ମାଓବାଦୀ ମାଲକାନଗିରି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଋଷିକେଶ ଡି. ଖିଲାରୀଙ୍କ ନିକଟରେ ଆତ୍ମସମର୍ପଣ କରିଛି । ତାର ନାମ ଦେବେ ସୋଡ଼ି । ଦେବେର ମୁଣ୍ଡ ଉପରେ ୪ ଲକ୍ଷ ଟଙ୍କାର ପୁରସ୍କାର ରାଶି ପୂର୍ବରୁ ସରକାରଙ୍କ ପକ୍ଷରୁ ଘୋଷଣା ହୋଇଥିଲା । ସେ ୨୦୧୨ ମସିହାରୁ ଦରଭା ମାଓ ଡ଼ିଭିଜନରେ ସକ୍ରିୟ ଥିଲା ।
ଏହି ଅବସରରେ ଆତ୍ମସମର୍ପଣ କରିଥିବା ୧୫ ଜଣ ମାଓବାଦୀଙ୍କୁ ଏସପିଙ୍କ ପକ୍ଷରୁ ସମ୍ମାନିତ କରାଯାଇଛି ।