ଭୁବନେଶ୍ୱର– ସରକାରୀ ଅର୍ଥ ୟେସ ବ୍ୟାଙ୍କରେ ରଖିବାର କୌଣସି ଅନୁମତି ନାହିଁ । ଯଦି କେଉଁ ବିଭାଗ ଏପରି କରିଛି ତେବେ ସେମାନେ ବ୍ୟକ୍ତିଗତ ଭାବେ ଦାୟୀ ବୋଲି କହିଛନ୍ତି ରାଜ୍ୟର ଅର୍ଥ ସଚିବ ଅଶୋକ ମୀଣା ।
ରବିବାର ଦିନ ଶ୍ରୀ ମୀଣା କହିଛନ୍ତି ଯେ ଶ୍ରୀମନ୍ଦିର ପ୍ରଶାସନ ରିଜର୍ବ ବ୍ୟାଙ୍କ ଅଫ ଇଣ୍ଡିଆକୁ ଏ ନେଇ ଚିଠି ଲେଖିଛି। ଅର୍ଥ ସଚିବ କହିଛନ୍ତି ୟେ କୌଣସି ଜମାକାରୀଙ୍କ ଅର୍ଥ ବୁଡିବନି, ସବୁ ସୁରକ୍ଷିତ ବୋଲି ଆରବିଆଇ ପ୍ରତିଶ୍ରୁତି ଦେଇଛି ଶ୍ରୀମନ୍ଦିର ପ୍ରଶାସନ ପତ୍ର ଜରିଆରେ ସମସ୍ତ ଅର୍ଥ ମାଚ୍ୟୁରିଟି ପରେ ଉଠାଇବାକୁ ଅନୁମତି ମାଗିଛନ୍ତି।