ଭୁବନେଶ୍ୱର – ୟେସବ୍ୟାଙ୍କରେ ରେ ଜଗନ୍ନାଥ ଙ୍କ ଟଙ୍କା ଜମା ପ୍ରସଙ୍ଗରେ ଶ୍ୱେତ ପତ୍ର ପ୍ରକାଶ ପାଇଁ ବିଜେପି ପକ୍ଷରୁ ଦାବି କରାଯାଇଛି । ଦଳୀୟ କାର୍ଯାଳୟ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଦଳର ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ ଏହି ଦାବି କରିଛନ୍ତି । ନ ହେଲେ ଜଗନ୍ନାଥ ଙ୍କ ଅର୍ଥ ହଡପ ଅଭିଯୋଗରେ ଆଇନ ର ଆଶ୍ରୟ ନେବୁ ବୋଲି ସେ କହିଛନ୍ତି ।
ସେ ପ୍ରଶ୍ନ କରିଛନ୍ତି ଯେ ବ୍ୟାଙ୍କ ବୁଡିବାକୁ ବସିଥିବା ଜାଣିବା ସତ୍ତ୍ୱେ କାହିଁକି ୟେସ ବ୍ୟାଙ୍କରେ ଜଗନ୍ନାଥଙ୍କ ଟଙ୍କା ରଖିଲେ। ସରକାର ମହାଭୁଲ କରିଛନ୍ତି। ପ୍ରଭୁ ଜଗନ୍ନାଥଙ୍କ ଟଙ୍କା କୁ ହଡପ କରିଛନ୍ତି ବୋଲି ସେ କହିଛନ୍ତି ।ସେ କହିଛନ୍ତି ଯେ 2017 ଜୁଲାଇ ରେ ଉନ୍ନୟନ କମିଶନର ବାଲକୃଷ୍ଣନ ଏସଏଲବିସି ରିପୋର୍ଟ କୁ ଆଧାର କରି ସରକାର ଟଙ୍କା ରଖିବାକୁ। 25 ବ୍ୟାଙ୍କ ର ନାଁ ଦେଇଥିଲେ । ଏଥିରେ 22 ଜାତୀୟ ବ୍ୟାଙ୍କ 3 ସମବାୟ ବ୍ୟାଙ୍କ ଥିଲା। ଏ ତାଲିକା ରେ ୟେସ ବ୍ୟାଙ୍କ ଥିଲା। କିନ୍ତୁ ମାର୍ଚ୍ଚ 2019 ରେ ବ୍ୟାଙ୍କ ରେ ମନ୍ଦିର ପ୍ରଶାସନ ଟଙ୍କା ରଖିଥିଲା। ଜୁଲାଇ 2019 ରେ ସରକାର ଙ୍କ ଧାର୍ଯ୍ୟ ତାଲିକା ରେ ୟେସ ବ୍ୟାଙ୍କ ଯୋଗ୍ୟ ହେଲା।
ସେ କହିଛନ୍ତି ଯେ 4 ମାସ ପୂର୍ବରୁ ଟଙ୍କା ରଖିବା ଦର୍ଶାଉଛି ଚୋରି ,ହରଣ ଚାଲ, କରିବାର ଯୋଜନା ଥିଲା। 2018 ରେ ରାଣା କପୁର ଙ୍କୁ ପୁନଃ ନିଯୁକ୍ତି ଦିଆଯାଇ ପାରିବନି ବୋଲି କହିଥିଲେ ଆରବିଆଇ । ୟେସ ବ୍ୟାଙ୍କ କୁ ଦୟା ଦେଖାଇ ସରକାର ଜଗନ୍ନାଥଙ୍କ ଟଙ୍କା ବୁଡିବା ପାଇଁ ଛାଡିଦେଲେ। ଠାକୁରଙ୍କ ଟଙ୍କା ହରଣ ଚାଲ ପାଇଁ ମୁଖ୍ୟମନ୍ତ୍ରୀ ଙ୍କ ଠାରୁ ଆରମ୍ଭ କରି ମନ୍ଦିର ପ୍ରଶାସନ ପର୍ଯ୍ୟନ୍ତ ସମସ୍ତେ ଦାୟୀ। ବୋଲି ସେ କହିଛନ୍ତି ।