ଭୁବନେଶ୍ୱର । ୟେସ ବ୍ୟାଙ୍କ ସଙ୍କଟଗ୍ରସ୍ତ ଅବସ୍ଥାରେ ଥିବା ବେଳେ ସେଠାରେ ଥିବା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଟଙ୍କା ସୁରକ୍ଷିତ ଅଛି କି ନାହିଁ ତାର ଉତ୍ତର ମୁଖ୍ୟମନ୍ତ୍ରୀ ଦିଅନ୍ତୁ ବୋଲି କହିଛନ୍ତି ପିସିସି ସଭାପତି ନିରଂଜନ ପଟ୍ଟନାୟକ ।
ଏହି ପ୍ରସଙ୍ଗରେ ସାମ୍ବାଦିକ ମାନଙ୍କ ସହ କଥାବାର୍ତା ହେଳେ ସେ କହିଛନ୍ତି ଯେ ୟେସ ବ୍ୟାଙ୍କର ରେ ଟଙ୍କା ରଖିବାକୁ ରାଜ୍ୟ ସରକାର ଙ୍କୁ କିଏ କହିଥିଲା ତାହା ସ୍ପଷ୍ଟ ହେବା ଦରକାର । ସେ କହିଛନ୍ତି ଯେ 3 ମାସ ପୂର୍ବରୁ ତିରୁପତି ବାଲାଜୀ ମନ୍ଦିର ନିଜର ସମସ୍ତ ଟଙ୍କା ଉଠେଇ ସାରିଲେଣି। ରାଜ୍ୟ ସରକାର କିପରି ଜାଣି ପାରିଲେନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି । ରାଜ୍ୟ ସରକାର ତୁରନ୍ତ ଟଙ୍କା ଉଠେଇବାରେ ବ୍ୟବସ୍ଥା କରନ୍ତୁ ବୋଲି ସେ କହିଛନ୍ତି ।