ଭୁବନେଶ୍ୱର – ମହିଳା ସ୍ୱୟଂସହାୟିକା ଗୋଷ୍ଠୀଙ୍କ ପାଇଁ କାମ କରିବାକୁ ମିଶନ ଶକ୍ତି ହେବ ସ୍ୱତନ୍ତ୍ର ବିଭାଗ ହେବ ବୋଲି ମହିଳା ଦିବସ ଅବସରରେ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେ କହିଛନ୍ତି ଯେ ଏହି ବିଭାଗ ମା ମାନଙ୍କ ପ୍ରତି ସମର୍ପିତ ହେବ ।
ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ମା ମାନଙ୍କ ସଂଗ୍ରାମ, ଆତ୍ମବିଶ୍ୱାସ ଓ ସଫଳତା ଆମକୁ ସମ୍ମୋହିତ କରିଛି। 70ଲକ୍ଷ ମହିଳା ସ୍ୱୟଂ ସହାୟତ ଗୋଷ୍ଠି 50 ପ୍ରତିଶତ ସଂରକ୍ଷଣ ଆର୍ଥିକ ବିକାଶ ଆଣିଛି। ନାରୀ ସଶକ୍ତିକରଣ ଉପରେ ରାଜ୍ୟ ସରକାର ସବୁବେଳେ ଗୁରୁତ୍ୱ ଦେଇ ଆସିଛନ୍ତି । । ସ୍ୱତନ୍ତ୍ର ପୋଷଣ ରଣନୀତି ଆରମ୍ଭ କରାଯାଇଛି । ଏହା ଦ୍ୱାରା ମହିଳା ଓ ଶିଶୁଙ୍କ ପୁଷ୍ଟି ବଢ଼ିବ । ଦୁତି ଚାନ୍ଦ, ପ୍ରତିଭା ରାୟ, ନନ୍ଦିତା ଦାସ ଆମ ପାଇଁ ଗର୍ବ ଆଣିଛନ୍ତି । ମା ମାନଙ୍କର ଅଧିକାର ଓ କଲ୍ୟାଣ ପାଇଁ ରାଜ୍ୟ ପ୍ରତିବଦ୍ଧ ହୋଇ କାମ କରୁଛି ଓ କରିବ ।