ଜଟଣୀ– ଜଟଣୀର ଶ୍ରୀହରି ବିହାରସ୍ଥିତ ଗୋଲକଧାମ ମଠରେ ଏକ ସପ୍ତାହବ୍ୟାପୀ ଶ୍ରୀମଦ ଭାଗବତ ପାରାୟଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ମଠର ମହନ୍ତ ଶ୍ରୀ କେଶବ ଦାସଜୀ ମହାରାଜଙ୍କ ଉଦ୍ୟମରେ କୋଣାର୍କରୁ ଆସିଥିବା ଭାଗବତ ପାରାୟଣୀ ଶ୍ରୀ ଭାଷ୍କରଚନ୍ଦ୍ର ରଥଶର୍ମା ପାରାୟଣରେ ଭାଗନେଇ ଶ୍ରଦ୍ଧାଳୁଙ୍କୁ ବିମୋହିତ କରିଥିଲେ । ମଠରେ ଥିବା ଶ୍ରୀଶ୍ରୀ ରାଧାକୃଷ୍ଣ ପତିତପାବନ ଏବଂ ତପସ୍ୱୀ ହନୁମାନ ମହାରାଜଙ୍କ ବିଗ୍ରହର ପୂଜାର୍ଚ୍ଚନା ଓ ନୀତି ସମାପନ ଉତ୍ସବ ମହା ସମାରୋହରେ ଆୟୋଜିତ ହୋଇଥିଲା । ମଠର ସାଧୁ ଶ୍ରୀ ଅଚ୍ୟୁତ ଦାସଜୀ ମହାରାଜ ଏବଂ ମାତା ମର୍ତରୀ ଦାସଙ୍କ ସୈାଜନ୍ୟରେ ଏହି ଆଧ୍ୟାତ୍ମିକ କାର୍ଯ୍ୟ ସମାପନ ହୋଇଥିଲା । ଏହି ଉତ୍ସବରେ ନାମ ସଂକିର୍ତନ ଆୟୋଜନ ହେବା ସହିତ ଶହ ଶହ ସଂଖ୍ୟାରେ ଶ୍ରଦ୍ଧାଳୁମାନେ ଯୋଗଦେଇ ପ୍ରସାଦ ସେବନ କରିଥିଲେ ।
ମଠ ପରିସରରେ ବିଭିନ୍ନ ପର୍ବପର୍ବାଣୀ ପାରମ୍ପରିକ ରୀତିନୀତି ମୁତାବକ ଆୟୋଜନ ହେଉଥିବା ବେଳେ ଏକ ସପ୍ତାହବ୍ୟାପି ଆୟୋଜିତ ହେଉଥିବା ପ୍ରବଚନ ସଧ୍ୟ୍ୟାରେ ପୁରୀର ଦଇତାପତି ଲୋକନାଥ ଦଇତାପତି ଓ ସହଯୋଗୀଙ୍କ ଦ୍ୱାରା ପ୍ରବଚନ ସଂଧ୍ୟାର ଆୟୋଜନ ହୋଇଥିଲା । ତମାଣ୍ଡୋ ଟାଙ୍ଗୀସାହିର ମା ବନଦୁର୍ଗା ନଦିଆ ମଠ ସଂକିର୍ତନ ମଣ୍ଡଳୀ ପକ୍ଷରୁ ପ୍ରତ୍ୟେକ ଦିନ ସଂକିର୍ତନ ଅନୁଷ୍ଠିତ ହୋଇଥିଲା ।