ପାରଳାଖେମୁଣ୍ଡି– ଗଜପତି ଜିଲ୍ଲାରେ କରୋନା ଭାଇରସ୍ ର ସଚେତନତା କାର୍ଯ୍ୟକ୍ରମ ନେଇ ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀ ଡଃ. ଗୁନୁରାଣୀ ପଟ୍ଟନାୟକ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରିଥିଲେ । ଜିଲ୍ଲା ପ୍ରଶାସନ ପକ୍ଷରୁ କରୋନା ମୁକାବିଲା ନିମନ୍ତେ ବ୍ୟାପକ ଜନସଚେତନତା ମୂଳକ କାର୍ଯ୍ୟକ୍ରମ ହାତକୁ ନିଆଯାଇଥିବା ବେଳେ ଗଣମାଧ୍ୟମ ଏଥିରେ ସହଯୋଗ କରିବାକୁ ସେ କାମନା କରିଥିଲେ । ମୁଖ୍ୟ ଚିକିତ୍ସାଳୟରେ ଏକ ସ୍ୱତନ୍ତ୍ର କକ୍ଷ ଓ ସ୍ୱତନ୍ତ୍ର ଡ଼ାକ୍ତରଙ୍କୁ ଏହାର ମୁକାବିଲା ପାଇଁ ନିୟୋଜିତ କରାଯାଇଥିବା ସେ ପ୍ରକାଶ କରିଛନ୍ତି । ସେହିପରି କୌଣସି ପ୍ରକାରର ଥଣ୍ଡା, ଜ୍ୱର ହେଲେ ଡ଼ାକ୍ତରଙ୍କ ପରାମର୍ଶ ନେବାକୁ କହିଥିଲେ । ବିଦେଶରୁ ଆସିଥିବା ବ୍ୟକ୍ତିଙ୍କ ମଧ୍ୟରେ ଥଣ୍ଡା, କାଶ ଓ ଜ୍ୱରର ଲକ୍ଷଣ ଦେଖାଗଲେ ସତର୍କ ରହିବାକୁ ପରାମର୍ଶ ଦେଇଥିଲେ । ଏହା ବ୍ୟତୀତ ଆଗକୁ ଆସୁଥିବା ହୋଲି ପର୍ବ ସମୟରେ ସତର୍କତା ଅବଲମ୍ବନ କରି ରଙ୍ଗ ଖେଳ ଠାରୁ ଦୂରେଇ ରହିବାକୁ ପରାମର୍ଶ ଦେଇଥିଲେ । ଜନସାଧାରଙ୍କ ମଧ୍ୟରେ ଯେପରି ଏହାର ପ୍ରଚାର ପ୍ରସାର ହୋଇପାରିବ ସେଥି ସକାଶେ ଆବଶ୍ୟକ ସହାୟତା କାମନା କରିଥିଲେ ।
Related Stories
January 20, 2025
January 20, 2025