
ପାରଳାଖେମୁଣ୍ଡି– ଜିଲ୍ଲା ପରିଷଦ ସଭାପତି ଅନିତାରାଣୀ ବେହେରାଙ୍କ ସଭାପତିତ୍ୱରେ ଜିଲ୍ଲା ପରିଷଦର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାର ଦୁର୍ଗମ ଅଂଚଳକୁ ରାସ୍ତାର ଆବଶ୍ୟକତା ନେଇ ବୈଠକରେ ଆଲୋଚନା କରାଯିବା ସହିତ ରାସ୍ତା ନିର୍ମାଣ ପାଇଁ ପଦକ୍ଷେପ ନେବାକୁ ସ୍ଥିର କରାଯାଇଥିଲା । ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା ମାଧ୍ୟମରେ ପ୍ରତି ବ୍ଲକ୍ ରେ ଅଗମ୍ୟ ଅଂଚଳରେ ରାସ୍ତା ନିର୍ମାଣ ନେଇ ଆଲୋଚନା ହୋଇଥିଲା ।
ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଉପସଭାପତି ବିଜୟ କୁମାର, ଜିଲ୍ଲାପାଳ ଅନୁପମ ଶାହା, ବିଧାୟକ କେ. ନାରାୟଣ ରାଓ, ଦାଶରଥି ଗମାଙ୍ଗ, ଡ଼ିଆରଡିଏର ପ୍ରକଳ୍ପ ନିର୍ଦ୍ଦେଶକ ସୁରେଶ କୁମାର ବେହେରା, ଜିଲ୍ଲା ପରିଷଦ ପ୍ରତିନିଧି ଗଣ, ବିଡ଼ିଓ, ବ୍ଲକ୍ ଚେୟାରମ୍ୟାନ, ନିର୍ବାହୀ ଯନ୍ତ୍ରୀ ଶ୍ରୀଧର ନାୟକ ଓ କୁମାର ବେହେରା ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।