ବାଲେଶ୍ୱର- ଟ୍ୟାକ୍ସ ଓ ପେନାଲଟି ବାବଦରେ ଲକ୍ଷାଧିକ ଟଙ୍କା ଜମା କଲେନି ବସ୍ ମାଲିକ । ଫଳରେ ମାଲିକଙ୍କ ଅନ୍ୟ ଏକ ବସ୍ କୁ ଅଟକାଇବା ସହ ତାହାକୁ ସିଜ୍ କରିଛନ୍ତି ବାଲେଶ୍ୱର ଆରଟିଓ ।
ଆଜି ସକାଳେ ବାଲେଶ୍ୱର ଆରଟିଓ ଅଫିସ ସାମ୍ନାରେ ଶ୍ରୀ ଲୋକନାଥ ନାମକ ଏହି ଘରୋଇ ବସ୍ କୁ ଅଟକାଇ ଜବତ କରାଯାଇଛି । ଏଥିସହ ବସ୍ ର କାଗଜପତ୍ର ମଧ୍ୟ ଯାଂଚ୍ କରାଯାଇଛି । ଆରଟିଓଙ୍କ ସମେତ ବିଭାଗୀୟ ଅଧିକାରୀ ମାନେ ଘଟଣାସ୍ଥଳରେ ଉପସ୍ଥିତ ଥିଲେ ।
ସୂଚନା ଅନୁଯାୟୀ, ଶ୍ରୀ ଲୋକନାଥ ବସ୍ ର ମାଲିକ ଗୋପ ପଣ୍ଡାଙ୍କ ଉପରେ ଦୁଇଟି ବସ୍ ର ଟ୍ୟାକ୍ସ ଓ ପେନାଲଟି ବାବଦରେ ମୋଟ୍ ୧୩ ଲକ୍ଷ ୫୦ ହଜାର ଟଙ୍କା ବକେୟା ଥିଲା । ସେ ଏହି ବକେୟା ଅର୍ଥ ପଇଠ ନକରିବାରୁ ତାଙ୍କର ବସ୍ କୁ ଜବତ କରିବା ଲାଗି ପରିବବହନ କମିଶନର ନିର୍ଦ୍ଦେଶ ଦେଇଥିଲେ । ଫଳରେ ଆରଟିଓ ଆଜି ଗୋପଙ୍କର ଅନ୍ୟ ଏକ ବସ୍ ଶ୍ରୀ ଲୋକନାଥ ବାଲେଶ୍ୱର ଅଭିମୁଖେ ଆସୁଥିବା ବେଳେ ତାହାକୁ ଅଟକାଇ ଜବତ କରିଥିଲେ ।