ଭୁବନେଶ୍ୱର – ଓଡିଶାରେ ଖାଲି ହେଉଥିବା ଚାରୋଟି ରାଜ୍ୟସଭା ଆସନରେ ନିର୍ବାଚନ ପାଇଁ ଶନିବାର ବିଜୁ ଜନତା ଦଳର ପ୍ରାର୍ଥୀଙ୍କ ନାମ ଘୋଷଣା କରିଛନ୍ତି ବିଜେଡି ମୁଖ୍ୟ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।ସୁବାସ ସିଂହ, ମୁନ୍ନା ଖାନ, ସୁଜିତ କୁମାର ଏବଂ ମମତା ମହାନ୍ତ ବିଜେଡିର ରାଜ୍ୟସଭା ପାର୍ଥୀ ହୋଇଛନ୍ତି ।
ଏହା ପରେ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡର ଅଧ୍ୟକ୍ଷ ସୁବାସ ସିଂହ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି । ତାଙ୍କ ସ୍ଥାନରେ ପୂର୍ବତନ ବିଧାୟକ ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ ଏବେ ସେହି ଦାୟିତ୍ୱ ଗ୍ରହଣ କରିବେ ।