-
ବିଭିନ୍ନ ବିଭାଗକୁ ପଦକ୍ଷେପ ଗ୍ରହଣ କରିବାକୁ ଦେଲେ ନିର୍ଦ୍ଦେଶ
ଭୁବନେଶ୍ୱର – କରୋନା ମୁକାବିଲା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଖାରବେଳ ଭବନ ଠାରେ ବରିଷ୍ଠ ଅଧିକାରୀ ମାନଙ୍କ ସହ ଶନିବାର ଦିନ ସମୀକ୍ଷା କରିଛନ୍ତି । ସମୀକ୍ଷା ବେଳେ ମୁଖ୍ୟମନ୍ତ୍ରୀ ବିଭିନ୍ନ ବିଭାଗକୁ ଏ ନେଇ ପ୍ରସ୍ତୁତ ରହିବା ଓ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ନେଇ ନିର୍ଦ୍ଦେଶ ଦେଇଛନ୍ତି ।
ମୁଖ୍ୟମନ୍ତ୍ରୀ ମୁଖ୍ୟ ଶାସନ ସଚିବ ଓ ଜିଲ୍ଲା ସ୍ତରରେ ଜିଲ୍ଲାପାଳ ମାନେ ଦୈନିକ କରୋନା ସ୍ଥିତିକୁ ନେଇ ସମୀକ୍ଷା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସେମାନଙ୍କ ଅଧ୍ୟକ୍ଷତାରେ ଗଠିତ ରାଜ୍ୟ ସ୍ତରୀୟ ଓ ଜିଲ୍ଲା ସ୍ତରୀୟ ଅଧିକାର ପ୍ରାପ୍ତ କମିଟି ଗୁଡିକ ପରିସ୍ଥିତିକୁ ଦୃଷ୍ଟିରେ ରଖି ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।
ଏହାକୁ ନେଇ ଆବଶ୍ୟକ ସଂଖ୍ୟାରେ ଏନ୯୫ ମାସ୍କ, ଡାକ୍ତର ଓ ଅନ୍ୟ ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ସୁରକ୍ଷା ପ୍ରଦାନ କରିବା ପାଇଁ ପର୍ସନାଲ ପ୍ରଟେକ୍ଟିଭ ଇକୁଇପମେଂଟ କ୍ରୟ କରିବା ପାଇଁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗକୁ ନିର୍ଦେଶ ଦେଇଛନ୍ତି । ସେହିପରି ନ ମାସର ଆବଶ୍ୟକତା ପୂରଣ କରିବାକୁ ଆବଶ୍ୟକୀୟ ପରିମାଣର ଔଷଧ ତଥା ଅନ୍ୟ ସର୍ଜିକାଲ ସାମଗ୍ରୀ ମହଜୁଦ ରଖିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି । ଘରୋଇ କ୍ଷେତ୍ରରେ ମଧ୍ୟ ଆଇସୋଲେସନ ସୁବିଧା ପ୍ରସ୍ତୁତ କରିବାକୁ କୁହାଯିବାକୁ ସ୍ୱାସ୍ଥ୍ୟ ବିଭାଗକୁ ନିର୍ଦେଶ ଦିଆଯାଇଛି ।
କୌଣସି ସଂଦିଗ୍ଧ ରୋଗୀଙ୍କୁ ଆଇସୋଲେସନରେ ରଖିବାକୁ ଆବଶ୍ୟକତା ପଡିଲେ ରାଜସ୍ୱ ବିଭାଗର କର୍ମଚାରୀ ଓ ପୋଲିସ କର୍ମଚାରୀ ମାନେ ଏଥିରେ ଯେପରି ସହଯୋଗ ଦେବେ ତାହା ସୁନିଶ୍ଚିତ କରିବାକୁ ରାଜସ୍ୱ ଓ ଗୃହ ବିଭାଗକୁ ମୁଖ୍ୟମନ୍ତ୍ରୀ ନିର୍ଦେଶ ଦେଇଛନ୍ତି ।
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଜରୁରୀକାଳୀନ ପରିସ୍ଥିତିରେ ଆବଶ୍ୟକୀୟ ଜିନିଷ କିଣିଲେ ଓଏଫଆରଜି ନିୟମକୁ କୋହଳ କରିବାକୁ ଅର୍ଥ ମନ୍ତ୍ରଣାଳୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗକୁ ନିର୍ଦେଶ ଦିଆ ଯାଇଛି ।
ମନ୍ତ୍ରୀ ଓ ଅଫିସର ଙ୍କ ବିଦେଶ ଗସ୍ତ ଉପରେ ରୋକ ଲଗାଇବାକୁ ସାଧାରଣ ପ୍ରଶାସନ ବିଭାଗ କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ସେହିପରି ବାୟୋମ୍ୟାଟ୍ରିକ ଉପସ୍ଥାପନ କୁ କୋହଳ କରିବା ପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।
ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ସହରର ମୁଖ୍ୟ ସ୍ଥାନରେ ହୋଡିଂ ଓ ବ୍ୟାନର ମାରିବାକୁ ନିର୍ଦେଶ । ଗ୍ରାମ ପଂଚାୟତ ଓ ପଂଚାୟତ ସମିତି କୁ ଗ୍ରାମ ସଭା ମାଧ୍ୟମରେ ସଚେତନ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।
ସହରାଂଚଳ ଗୁଡିକରେ ପରିମଳ ବ୍ୟବସ୍ଥା ଠିକ ରଖିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।
ସ୍କୁଲ ଚଟାଣ,ଟେବୁଲ,ଡୋର ହ୍ୟାଣ୍ଡେଲକୁ ବିଶୋଧନ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିବା ବେଳେ ଦେହ ଖରାପ ଥିବା ଛାତ୍ରଛାତ୍ରୀ ଙ୍କୁ ସ୍କୁଲ ନ ଆସିବାକୁ ପରାମର୍ଶ ଦେବାକୁ ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗକୁ ମୁଖ୍ୟମନ୍ତ୍ରୀ ନିର୍ଦେଶ ଦେଇଛନ୍ତି ।