ଭୁବନେଶ୍ୱର – ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଟଙ୍କା ଘରୋଇ ବ୍ୟାଙ୍କରେ ରଖିବା ନେଇ ତଦନ୍ତ ଦାବି କରିଛି ଶ୍ରୀ ଜଗନ୍ନାଥ ସେନା । ଏହି ମାମଲାରେ ସେନାର ଏକ ପ୍ରତିନିଧି ଦଳ ପୁରୀ ଭିଜିଲାନ୍ସ ଡିଏସପିଙ୍କୁ ଭେଟି ସ୍ମାରକ ପତ୍ର ପ୍ରଦାନ କରାଯାଇଛି ।
କିପରି ଭାବେ ସରକାରୀ ନୀତି ନିୟମକୁ ଉଲ୍ଲଂଘନ କରି ମହାପ୍ରଭୁଙ୍କ ଟଙ୍କା ସରକାରୀ ବ୍ୟାଙ୍କ ବଦଳରେ ଘରୋଇ ବ୍ୟାଙ୍କରେ ରଖା ଗଲା ସେ ନେଇ ତଦନ୍ତ କରିବାକୁ ଏହି ସ୍ମାରକ ପତ୍ରରେ ଦାବି କରାଯାଇଛି । ମୁଖ୍ୟମନ୍ତ୍ରୀ କିମ୍ବା ଅର୍ଥମନ୍ତ୍ରୀଙ୍କୁ ନ ଜଣାଇ କିପରି ଏହି ଟଙ୍କା ରଖାଗଲା ତାହାର ତଦନ୍ତ କରାଯାଇ ଦୋଷୀଙ୍କ ବିରୁଦ୍ଧରେ କାର୍ଯାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ସ୍ମାରକପତ୍ରରେ ଦାବି କରାଯାଇଛି ।