କଟକ /ଭୁବନେଶ୍ୱର – ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ତଥା ରାଜ୍ୟର ବିଶିଷ୍ଟ ଆଇନଜୀବୀ ତଥା ସମାଜସେବୀ ବିପିନ ବିହାରୀ ରଥଙ୍କ ପରଲୋକ ଘଟିଛି । କଟକ ବଡ଼ ମେଡିକାଲରେ ୯୦ ବର୍ଷ ବୟସରେ ତାଙ୍କର ପରଲୋକ ଘଟିଛି ।
ଉଲ୍ଲେଖନୀୟ ଯେ ସ୍ୱର୍ଗୀୟ ରଥ ହାଇକୋର୍ଟ ବିଚାରପତି ଜଷ୍ଟିସ୍ ବିଶ୍ୱନାଥ ରଥଙ୍କ ପିତା । ବିପିନ ରଥ ବିଶ୍ୱ ହିନ୍ଦୁ ପରିଷଦର ପୂର୍ବତନ ରାଜ୍ୟ ସଭାପତି ଥିଲେ । ତାଙ୍କର ବିୟୋଗରେ ବିଭିନ୍ନ ଗଣ୍ୟମାନ୍ୟ ବ୍ୟକ୍ତି ମାନେ ଶୋକ ପ୍ରକାଶ କରିଛନ୍ତି ।