ଭୁବନେଶ୍ୱର– ଚଳିତ ବର୍ଷ ହୋଲି ଖେଳିବେ ନାହିଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଶନିବାର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ପ୍ରକାଶ ପାଇଛି । କରୋନା ଭାଇରସକୁ ନଜରରେ ରଖି ମୁଖ୍ୟମନ୍ତ୍ରୀ ଏଭଳି ନିଷ୍ପତି ନେଇଥାଇପାରନ୍ତି ବୋଲି ଚର୍ଚ୍ଚା ହେଉଛି ।
ପୂର୍ବରୁ କରୋନା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ , ରାଷ୍ଟ୍ରପତି ରାମନାଥ କୋବିନ୍ଦ , ବିଜେପି ରାଷ୍ଟ୍ରଅୀୟ ଅଧ୍ୟକ୍ଷ ଜେ ପି ନଡ୍ଡା ପ୍ରମୁଖ ହୋଲି ନଖେଳିବାକୁ ଘୋଷଣା କରିଥିଲେ । ସେହିପରି ହୋଲି ମିଳନ ଯୋଗୁ କରୋନା ଭାଇରସ୍ ସଂକ୍ରମଣର ଆଶଙ୍କା ଥିବାରୁ ଓଡିଶା ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମଧ୍ୟ ହୋଲି ଖେଳିବେ ନାହିଁ ବୋଲି ଗତକାଲି ରାଜଭବନ ପକ୍ଷରୁ ସୂଚନା ଦିଆଯାଇଥିଲଶ ।