ଭୁବନେଶ୍ୱର– ଦେଶ ଓ ରାଜ୍ୟ ଗଠନ ଦିଗରେ ଶିକ୍ଷକମାନେ ସହାୟକ ହୁଅନ୍ତୁ । ପିଲାମାନଙ୍କୁ ପ୍ରଥମେ ଭଲ ପାଆନ୍ତୁ ଓ ଶିକ୍ଷା ପ୍ରଦାନ କରନ୍ତୁ ବୋଲି ନବନିଯୁକ୍ତ ଶିକ୍ଷକମାନଙ୍କୁ ପରାମର୍ଶ ଦେଇଛନନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ସମୀର ରଞ୍ଜନ ଦାଶ । ଶନିବାର ପୂର୍ବାହ୍ନରେ ଜୟଦେବ ଭବନରେ ଅନୁଷ୍ଠିତ ନବନିଯୁକ୍ତ ମାଧ୍ୟମିକ ବିଦ୍ୟାଳୟର ଶିକ୍ଷକ ଓ ଶିକ୍ଷୟିତ୍ରୀମାନଙ୍କର ଦିଗ୍ଦର୍ଶନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମନ୍ତ୍ରୀ ଏହା କହିଥିଲେ ।
ଆଜି ସମସ୍ତ ୩୦ ଜିଲ୍ଲାରେ ଟି.ଜିଟି କଳାରେ ୧୨୭୩, ଟିଜିଟି ପି.ସି.ଏମ୍ରେ ୧୬୧, ଟିଜିଟି ସି.ବି.ଜେଡ୍ରେ
୩୧୭ ଏହିପରି ମୋଟ ୧୭୮୧ ଶିକ୍ଷକଙ୍କୁ ନିୟୋଜିତ କରାଯାଇଛି । ସେମାନଙ୍କ ମଧ୍ୟରୁ କଟକ, ପୁରୀ ଓ ଖୋର୍ଦ୍ଧା ଜିଲ୍ଲାରେ ନିୟୋଜିତ ହେବାକୁ ଥିବା ଶିକ୍ଷକ/ଶିକ୍ଷୟିତ୍ରୀଙ୍କୁ ଅବଗତ କରାଯାଇ ନିୟୋଜନ ପତ୍ର ଦେବାର ବ୍ୟବସ୍ଥା କରାଯାଇଛି । ଉନ୍ନୀତ ଉଚ୍ଚବିଦ୍ୟାଳୟ ଓ ଗ୍ରାମାଂଚଳରେ ଥିବା ଉଚ୍ଚ ବିଦ୍ୟାଳୟରେ ଖାଲିଥିବା ପଦବୀଗୁଡ଼ିକୁ ପ୍ରାଥମିକତା ଭିତିରେ ପୂରଣ କରିବା ପାଇଁ ଜିଲ୍ଲାମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ଏବଂ ମାର୍ଚ୍ଚ ୧୮ ତାରିଖ ସୁଦ୍ଧା ସମସ୍ତ ନବନିଯୁକ୍ତ ଶିକ୍ଷକଶିକ୍ଷୟିତ୍ରୀ ନିଜ କାର୍ଯ୍ୟରେ ଯୋଗଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ୧୭ଶହରୁ ଊର୍ଦ୍ଧ୍ୱ ନୂତନ ଶିକ୍ଷକଙ୍କର ନିଯୁକ୍ତି ଶିକ୍ଷକ ଅଭାବଜନିତ ସମସ୍ୟାର ସମାଧାନ ଦିଗରେ ସହାୟକ ହେବ ବୋଲି ମନ୍ତ୍ରୀ ଶ୍ରୀ ଦାଶ ମତବ୍ୟକ୍ତ କରିଛନ୍ତି ।
ନବନିଯୁକ୍ତ ଶିକ୍ଷକମାନଙ୍କ ଦିଗ୍ଦର୍ଶନ କାର୍ଯ୍ୟକ୍ରମରେ ବିଭାଗୀୟ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଚିତ୍ରା ଅରୁମୁଗମ୍ଙ୍କ ସମେତ ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ, ଓସେପା ଶ୍ରୀ ଭୂପିନ୍ଦର ସିଂହ ପୁନିଆ, ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ଶ୍ରୀ ବିରଞ୍ôଜ ନାରାୟଣ ମହାନ୍ତି, ଏସ୍ଇଆର୍ଟି ନିର୍ଦ୍ଦେଶକ ଡକ୍ଟର ଗଙ୍ଗାଧର ସାହୁ, ଓଡ଼ିଶା ଆଦର୍ଶ ବିଦ୍ୟାଳୟର ନିର୍ଦ୍ଦେଶକ ଶ୍ରୀ ଲିଙ୍ଗରାଜ ପଣ୍ଡା, ପାଠ୍ୟପୁସ୍ତକ ମୁଦ୍ରଣ ଓ ବିତରଣ ନିର୍ଦ୍ଦେଶକ ଶ୍ରୀ ବିକାଶ ଚନ୍ଦ୍ର ମହାପାତ୍ର ଏବଂ ବିଭାଗୀୟ କର୍ମକର୍ତା ତଥା ଅଧିକାରୀବୃନ୍ଦ ଉପସ୍ଥିତ ଥିଲେ ।