ନୂଆଦିଲ୍ଲୀ– ପ୍ରଧାନମନ୍ତ୍ରୀ ଜନ ଔଷଧି ଯୋଜନାର ଲାଭାର୍ଥି ମାନେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭଗବାନଙ୍କ ସହିତ ତୁଳନା କରିଛନ୍ତି ।
ମୋଦୀ ଶନିବାର ଜନ ଔଷଧି ଦିବସ ଅବସରରେ ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ଦେଶରେ ଚୟନ କରାଯାଇଥିବା ଜନ ଔଷଧି କେନ୍ଦ୍ରଗୁଡିକର ପରିଚାଳକ ଏବଂ ଏହାର ଲାଭ ଉଠାଇଥିବା ହିତାଧିକାରୀ ମାନଙ୍କୁ ସମ୍ବୋଧନ କରିଥିଲେ । ଏହି ଅବସରରେ ଦେଶର ଦୂର ଦୂରନ୍ତରେ ରହୁଥିବା ଲୋକମାନେ ନିଜ ନିଜର ଅନୁଭୂତି ବଖାଣି ଥିଲେ । ନିଜ ଅନୁଭୂତିରୁ ସେମାନେ କହିଥିଲେ ଯେ, ଜନ ଔଷଧି ଯୋଜନା ଆରମ୍ଭ ହେବା ଫଳରେ ସେମାନଙ୍କର ଗମ୍ଭୀର ରୋଗର ଖର୍ଚ୍ଚ ମଧ୍ୟ ପୂର୍ବ ଅପେକ୍ଷା କମ୍ ହୋଇଯାଇଛି । ରୋଗର ଚିକିତ୍ସା ଖର୍ଚ୍ଚ କମ୍ ଯୋଗୁଁ ପରିବାର ପ୍ରତିପୋଷଣ କରିବା ସହଜ ହେଉଛି ।
ମୋଦୀ ଜେନେରିକ ଔଷଧର ଗୁଣବତାକୁ ନେଇ ଲୋକଙ୍କ ଆଶଙ୍କା ଦୂର କରିବା ସହ ଏହି ଔଷଧ ଅନ୍ତରାଷ୍ଟ୍ରୀୟ ବଜାରରେ ମିଳୁଥିବା ଔଷଧର ଗୁଣବତା ଠାରୁ କୌଣସି ଗୁଣରେ କମ୍ ନୁହେଁ ବୋଲି କହିଥିଲେ ।