ନୂଆଦିଲ୍ଲୀ– ଦେଶରେ କରୋନା ଭାଇରସ୍ ର ଭୟବହତାକୁ ଦୃଷ୍ଟିରେ ରଖି ଗତ ତିନି ଦିନ ମଧ୍ୟରେ ବଜାରରେ ମାସ୍କ ଏବଂ ସାନିଟାଇଜର ବିକ୍ରି ବଢିଛି । ଏଥି ସହିତ କଳାବଜାର ମଧ୍ୟ ଯଥେଷ୍ଟ ବଢିଛି । ୫୦ ଟଙ୍କାର ମାସ୍କ ଏବଂ ସାନିଟାଇଜର ବଜାରରେ ୩୦୦ ଟଙ୍କାରରେ ବିକ୍ରୀ ହେଉଛି ।
ଏନେଇ ସୂଚନା ଦେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡା. ହର୍ଷବର୍ଦ୍ଧନ କହିଛନ୍ତି ଯେ, ଯେଉଁ ଦୋକାନୀ ମାନେ ବଜାରରେ ମାସ୍କର ଦାମ୍ ବଢ଼ାଇ ବିକ୍ରୀ କରୁଛନ୍ତି ସେମାନଙ୍କ ବିରୋଧରେ କଠୋରରୁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏନେଇ ସମ୍ପୃକ୍ତ ବିଭାଗକୁ ଆକ୍ସନ ପ୍ଲାନ୍ ତିଆରି କରିବାକୁ କୁହାଯାଇଛି ।