
ଭଞ୍ଜନଗର– ବେଳଗୁଣ୍ଠା ବ୍ଲକ ନୂଆଗାଁ ପଞ୍ଚାୟତ ର କୁରୁମ ପଢାଳ ଗ୍ରାମରେ ଆଜି ସକାଳ ୯ଟା ସମୟରେ ବାରହା ଆକ୍ରମଣ ରେ ସ୍ୱାମୀ ସ୍ତ୍ରୀ ୨ଜଣ ଗୁରୁତର ଆହତ ହୋଇ ଭଞ୍ଜନଗର ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।ସୂଚନା ମୁତାବକ କୁନି ସେଠୀ (୪୫) ନଦୀକୁ ଗାଧେଇବାକୁ ଯାଉଥିବା ବେଳେ ହଠାତ ଗୋଟିଏ ବାରହା ଆସି ତାଙ୍କୁ କାମୁଡି ପକେଇଥିଲା।ଏହାଦେଖି ତାର ସ୍ୱାମୀ ଆକୁଳ ସେଠୀ (୫୨)ବାରହା କୁ ଘଉଡେଇବାକୁ ଚେଷ୍ଠା କରିବାରୁ ବାରହା ଟି ତାକୁ ମଧ୍ୟ କାମୁଡି ଗୁରୁତର କରି ପକେଇଥିଲା।ସେଠାରେ କିଛି ଗ୍ରାମବାସୀ ପହଞ୍ଚିଯିବାରୁ ବାରହାଟି ଚାଲି ଯାଇଥିଲା। ବାରମ୍ବାର ବେଳଗୁଣ୍ଠା ବ୍ଲକର ବିଭିନ୍ନ ସ୍ଥାନରେ ବାରହା ଉପଦ୍ରବ ବଢ଼ୁଥିବାରୁ ଗ୍ରାମବାସୀ ମାନେ ଆତଙ୍କିତ ଅବସ୍ଥାରେ ରହୁଛନ୍ତି।