ସାନଖେମୁଣ୍ଡି : ରାଜ୍ୟ ସରକାର ଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ସାନଖେମୁଣ୍ଡି ବ୍ଳକ୍ ସ୍ତରୀୟ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ସୋଇଯାଇଛି।ଚୁଡଙ୍ଗପୁରସ୍ଥିତ ସାନଖେମୁଣ୍ଡି ନୋଡାଲ ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ଦିବ୍ୟାଙ୍ଗ ଶିବିରରେ ଭିନ୍ନକ୍ଷମଙ୍କ ଠାରେ ସରକାରଙ୍କ ସମସ୍ତ ଯୋଜନାକୁ ସିଧାସଳଖ ପହଞ୍ଚାଇବା ଓ ସେମାନଙ୍କ ସାମାଜିକ ବିକାଶ ନିମନ୍ତେ ପ୍ରଶାସନ ପକ୍ଷରୁ ଗୁରୁତ୍ବ ଦିଆଯାଇଥିଲା। ଭିନ୍ନକ୍ଷମ ମାନଙ୍କୁ ସମାଜର ମୂଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ମାସିକ ପେନସନ,ଆବାସ ଯୋଗାଣ,ଋଣ ପ୍ରଦାନ, ଯାନବାହାନ ରେ ରିହାତି, ରାଜସ୍ବ ବିବିଧ ପ୍ରମାଣ ପତ୍ର, ଭିନ୍ନକ୍ଷମ ପ୍ରମାଣପତ୍ର ଯୋଗାଣ ସମେତ ବିଭିନ୍ନ ଯୋଜନାରେ ସାମିଲ କରାଯାଇଥିଲା। ବିଡ଼ିଓ ଗାୟତ୍ରୀ ଦତ୍ତ ନାୟକ, ବ୍ଳକ୍ ଅଧ୍ୟକ୍ଷ ସଙ୍ଗିତା ବେହେରା, ଉପାଧ୍ୟକ୍ଷ ଗୋବିନ୍ଦ ଚନ୍ଦ୍ର ସ୍ବାଇଁ, ସରପଞ୍ଚ ସୁଶାନ୍ତ ସ୍ବାଇଁ, ପ୍ରଶାନ୍ତ ମହାରଣା,ଟି ବାବୁ ସୁବୁଦ୍ଧି, ନିତ୍ୟାନନ୍ଦ ପ୍ରଧାନ ଙ୍କ ସମେତ ମହିଳା ଶିଶୁ ବିକାଶ ବିଭାଗ କର୍ମଚାରୀ ଓ ବ୍ଳକ୍ ର ବିଭିନ୍ନ ବିଭାଗ ଅଧିକାରୀ ମାନେ ପରିଚାଳନା କରିଥିଲେ।
ରିପୋର୍ଟ: ପ୍ରଫୁଲ୍ଲ ସାବତ।