ସାନଖେମୁଣ୍ଡି: ଦିଗପହଣ୍ଡି ବନାନ୍ଚଳ ଅନ୍ତର୍ଗତ ସାନଖେମୁଣ୍ଡି ଅଞ୍ଚଳ ରେ କିଛି ଦିନର ବ୍ୟବଧାନରେ ପୁଣି ହାତୀପଲ ଚାଷୀଙ୍କ ଫସଲ ଖାଇବା ସହ ଦଳିଦେଇଥିବା ଜଣାପଡିଛି। ରତନେଇ ପାହାଡ଼ ବଗବନ୍ଧ ଜଙ୍ଗଲ ଅଞ୍ଚଳକୁ ନିଜର ସୁରକ୍ଷିତ ଆଶ୍ରୟସ୍ଥଳୀ ଭାବେ କିଛି ବର୍ଷ ଧରି ଗୋଟିଏ ଦନ୍ତା2ଟି ପିଲା ହାତୀ ଓ 3ଟି ମାଇହାତୀଙ୍କୁ ନେଇ 6ଟିକିଆ ହାତୀ ପଲ ବିଭିନ୍ନ ସମୟରେ ସାନଖେମୁଣ୍ଡି ଗ୍ରାମାଞ୍ଚଳର ଚାଷ ଜମିରେ ପଶି ଫସଲ ନଷ୍ଟ କରି ଚାଷୀମାନଙ୍କ ଚିନ୍ତା ବଢାଇଛନ୍ତି। ଗୁରୁବାର ରାତିରେ ରତନେଇ ଉତ୍ତମା ଦେଇ 6ଟିକିଆ ହାତୀ ପଲ ଯିଉରା ହେତାପଦର ଚାଷଜମି ସମେତ ଆଖପାଖ ଅଞ୍ଚଳରେ ବ୍ୟାପକ ଫସଲ ନଷ୍ଟ କରିଛନ୍ତି। ଜଙ୍ଗଲ ରେ ବ୍ୟାପକ ଗଛକଟା ସାଙ୍ଗକୁ ପୋଡୁଚାଷ ଓ ଗଞେଇ ଚାଷ ପାଇଁ ବ୍ୟାପକ ନିଆଁ ଲଗାଇ ଜଙ୍ଗଲ ପୋଡ଼ି ସମେତ ପାଣି ଖାଦ୍ୟ ସନ୍ଧାନ ରେ ଗାଁ ଗଣ୍ଡାରେ ଏହି ହାତୀପଲ ଚାଷୀଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗି ଦେଉଛନ୍ତି।ପରିବା ଚାଷ ପାଇଁ ପରିଚିତ ଯିଉରା ଅଞ୍ଚଳ ର ଅମଳହେବାକୁ ଥିବା ଆଖୁ, ବନ୍ଧାକୋବି, ଫୁଲକୋବି, ବିଟ୍, ବାଇଗଣ, ଝୁଡୁଙ୍ଗ, ମୂଳା ପୋଟଳ ଶିମ୍ବ ଶାଗ ଆଦି ଫସଲକୁ ଦଳିଦେଇଥିବା ଚାଷୀମାନେ କହିଛନ୍ତି। ଏହି ଗ୍ରାମର ରମେଶ ସାହୁ ସୁରେନ୍ଦ୍ର ସାହୁ ଉପେନ୍ଦ୍ର ସାହୁଙ୍କ ବ୍ୟାପକ ପରିବା ଓ ଆଖୁଫସଲକୁ ହାତୀପଲ ନଷ୍ଟ କରିଛନ୍ତି। ଧାରାବାହିକ ଭାବରେ ହାତୀପଲ ଚାଷୀଙ୍କ ଫସଲ ନଷ୍ଟ କରୁଥିବାରୁ ଚାଷୀମାନେ ଭୟଭୀତ ଅବସ୍ଥାରେ ଅଛନ୍ତି। ହାତୀ ନାଁ ରେ କେବଳ ବିଦ୍ୟୁତ୍ ବିଛିନ୍ନ ବ୍ୟବସ୍ଥା କରି ହାତଝାଡି ବସୁଥିବା ବନବିଭାଗ ହାତୀପଲ ଗାଁ ରେ ପଶି ଫସଲହାନୀର ସ୍ଥାୟୀ ନିରାକରଣ ସହ ଖ୍ୟତିଗ୍ରସ୍ଥ ଚାଷୀ ଙ୍କୁ ସହାୟତା ପ୍ରଦାନ ପାଇଁ ଦାବୀ ହେଉଛି।
ରିପୋର୍ଟ: ପ୍ରଫୁଲ୍ଲ ସାବତ।